ଅକରୁଆରେ ଲକ୍ଷ୍ମୀନାରାୟଣ ପୂଜା 

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଅକରୁଆ ଗ୍ରାମରେ ଲକ୍ଷ୍ମୀନାରାୟଣ ଗୋଲା ଜାତିର ଇଷ୍ଟ ଦେବୀ ଲକ୍ଷ୍ମୀନାରାୟଣଙ୍କ ପୂଜା କୋଭିଡ-୧୯କୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି । ପୂଜାବିଧି ଅନୁଯାଇ ଏହା ୫ଦିନ ଧରି ଅନୁଷ୍ଠିତ ହେବ । ଗତ ଶୁକ୍ରବାର ଦିନ ମାଧବ ମହାନ୍ତି ଓ କୈଳାଶ ଖଟୁଆଙ୍କ ଦ୍ୱାରା ଘଟ୍ଟ ନିମଜ୍ଜନ କରାଯାଇ ପୂଜାମଣ୍ଡପରେ ସ୍ଥାପନ କରାଯିବାପରେ ସୁବିଜ୍ଞ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ଲକ୍ଷ୍ମୀନାରାୟଣ ଗୋଲା ଜାତିର ଜିଲ୍ଲା ସମ୍ପାଦକ ରଘୁନାଥ ବେହେରା, କୋଷାଧ୍ୟକ୍ଷ ଚିନ୍ତାମଣୀ ଜେନା, ପୁର୍ବତନ ସରପଞ୍ଚ ବିଶ୍ୱନାଥ ଖଟୁଆ, ବାବାଜି ମହାନ୍ତି, ନାରାୟଣ ଖଟୁଆ, କାର୍ତ୍ତିକେଶ୍ୱର ଖଟୁଆ, ଗୌରାଙ୍ଗ ଖଟୁଆ, ମାୟାଧର ମହାନ୍ତି, ରମେଶ ଖଟୁଆ, ଗୋପୀନାଥ ଖଣ୍ଡା, ୱାର୍ଡସଭ୍ୟ ଅକ୍ଷୟ ମହାନ୍ତି, ପ୍ରଫୁଲ ଖଟୁଆ, ଭାଗିରଥି ଖଟୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଚଳିତବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶ ମୁତାବକ ପୂଜା ହେଉଥିବାରୁ ସୁସଜ୍ଜିତ ତୋରଣ ଓ ଆଲୋକମାଳା ପରିଦୃଷ୍ଟ ହୋଇ ନଥିଲା ।ଅକରୁଆ ସହିତ କେନ୍ଦୁଝର ଜିଲ୍ଲାର ଜମ୍ଭୀରା, ଶିବନାରାୟଣପୁର, ଦୁଡୁଗାଁ, ହାତୀବନ୍ଧା, ପୁସ୍କୁରା, ବୈଦାଖିଆ, ମରୈଗାଁ, ଆମ୍ବଗଡିଆ. ବଳଦୁଆଁ, ନୁଆ ହାତୀବନ୍ଧା, ଚିଲଝରୀ, ଜଡାବାଙ୍କ, ସଙ୍ଗମ, ମହୁଲପଙ୍ଖା ଆଦି ଗ୍ରାମ ମାନଙ୍କରେ କୋଭିଡ-୧୯ର ସରକାରୀ ନୀତି ନିୟମ ଅନୁଯାଇ ଲକ୍ଷ୍ମୀନାରାୟଣ ପୂଜା କରାଯାଉଛି ବୋଲି ଜିଲ୍ଲା ସଭାପତି ଅଲେଖ ଚନ୍ଦ୍ର ଦାସ ଓ ସମ୍ପାଦକ ରଘୁନାଥ ବେହେରା ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ