ଶିକ୍ଷାବିତ ଙ୍କୁ ସାରସ୍ୱତ ସମ୍ମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନୟାଗଡ ଜିଲ୍ଲା ର ବିଶିଷ୍ଟ ଶିକ୍ଷାବିତ,ସଂଗଠକ ସମାଜସେବୀ, ସାରସ୍ୱତ ପ୍ରତିଭା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାମନ୍ତରାୟ ଙ୍କୁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ ଭାବେ ସମ୍ମାନିତ କରାଯାଇଥିଲା. ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ର ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଶିଷ୍ଟ ଅତିଥି ଭାବେ ପଦ୍ମଶୀ ଡ଼ ଦେବୀ ପ୍ରସନ୍ନ ପଟନାୟକ, ମୁଖ୍ୟବକ୍ତା ଭାବେ ବାଗ୍ନୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ମନୋଜ ମହାପାତ୍ର ଯୋଗ ଦେଇ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସମ୍ପର୍କ ରେ ଆଲୋକପାତ କରିବା ସହିତ ଉତ୍ତରୀୟ, ମାନପତ୍ର ଓ ବୃକ୍ଷ ଚାରା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ବୋଲି ସମ୍ପାଦକ ଅରବିନ୍ଦ ତ୍ରିପାଠୀ ଜଣାଇ ଛନ୍ତି. ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀଯୁକ୍ତ ସାମନ୍ତରାୟ ଜଣେ ଛାତ୍ର ବତ୍ସଳ, ମିଷ୍ଠଭାଷୀ, ମେଳାପୀ ଶିକ୍ଷାବିତ ଭାବେ ରାଜ୍ୟରେ ବେଶ ଜଣା ଶୁଣା.


