ଶିକ୍ଷାବିତ ରବିନାରାୟଣ ମିଶ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଶିକ୍ଷାବିତ ସ୍ୱର୍ଗତ ରବିନାରାୟଣ ମିଶ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଗରାପୁରସ୍ଥିତ ଶ୍ରୀ ଶ୍ରୀ ହନୁମାନଜୀୟୁଙ୍କ ମନ୍ଦିର ତଥା ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଶ୍ରମର ପରିଚାଳକ ବାବାଜୀ ଚେତନାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଦିବ୍ୟ କଥାବସ୍ତୁ, ଆଲୋଚନା, ସତସଙ୍ଗ, ଶ୍ରୀମଦ୍ ଭାଗବତ୍ ଏକାଦଶସ୍କନ୍ଧ ଓ ଶ୍ରୀମଦ୍ ଭାଗବତ ଗୀତା ପାଠ, ସମୁହ ପ୍ରାର୍ଥନା ଏବଂ ଭଜନ ସହିତ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବାବାଜୀ ସତ୍ୟାନନ୍ଦ ଦାସ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଳୈାକାବାଣୀ ପତ୍ରିକାର ସମ୍ପାଦନା ମଣ୍ଡଳୀର ସଭ୍ୟ ଦେବେନ୍ଦ୍ର ନାଥ ପରିଡା, ବାଙ୍କବିହାରୀ ଆଚାର୍ଯ୍ୟ, ଚନ୍ଦ୍ରକାନ୍ତ ଆଚାର୍ଯ୍ୟ, ସମାଜସେବୀ ଶ୍ରୀଧର କୁମାର ମହାନ୍ତି, ଶିକ୍ଷାବିତ କେଶବ ସେଠୀ, ମନୋରଞ୍ଜନ ତ୍ରିପାଠୀ, ଇନ୍ଦ୍ରମଣୀ ପଣ୍ଡା, ରବୀନ୍ଦ୍ର କୁମାର ବିଶ୍ୱାଳଙ୍କ ସମେତ ବହୁ ଭକ୍ତ ଓ ସଜ୍ଜନ ଉପସ୍ଥିତ ରହି ପରମକାରୁଣିକ ବାବା ବୈକୁଣ୍ଠନାଥଙ୍କର ପୂଜାର୍ଚ୍ଚନା ସହ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ମିଶ୍ରଙ୍କ ଧର୍ମପତ୍ନୀ ସାବିତ୍ରୀ ଆଚାର୍ଯ୍ୟ, ପୁତ୍ର ପ୍ରଦୀପ, ପ୍ରସନ୍ନ, ଜ୍ୱାଇଁ ଅନିରୁଦ୍ଧ, କନ୍ୟା ମମତା, ବୋହୁ ଅଲିଭା ଓ ସୋନାଲି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


