ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ : ସରକାରୀ ବିଦ୍ୟାଳୟ ପ୍ରତି କମୁଛି ଆଗ୍ରହ

ହିଂଜିଳିକାଟୁ,  (ଶେଷଦେବ ସାହୁ): ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ହିଂଜିଳିକାଟୁ ପୌରାଂଚଳରେ ୩ ଟି ଉଚ୍ଚ ବିଦ୍ୟାଳୟ ସମେତ ବ୍ଳକ ଅଂଚଳରେ ୨୪ ଟି ଉଚ୍ଚ ବିଦ୍ୟାଳୟ ରହିଥିବା ବେଳେ ପୌରାଂଚଳରେ ୭ ଓ ବ୍ଳକ ଅଂଚଳରେ ୪୯ ଟି ପ୍ରାଥମିକ ବିଦ୍ୟାଳୟ ଓ ପୌରାଂଚଳରେ ୨ଟି ଓ ବ୍ଳକ ଅଂଚଳରେ ୨୪ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ସରକାରୀ ବିଦ୍ୟାଳୟରେ ପାଠପଢା ଭଲ ହେଉନାହିଁ ବୋଲି ଚିନ୍ତା କରି ଅଭିଭାବକ ମାନେ ନିଜ ନିଜ ଶିଶୁ ମାନଙ୍କୁ ବେସରକାରୀ ବିଦ୍ୟାଳୟକୁ ଶିକ୍ଷା ଅଧ୍ୟୟନ କରିବାକୁ ପଠାଉଛନ୍ତି ।  ଦିନକୁ ଦିନ ସରକାରୀ ବିଦ୍ୟାଳୟ ପ୍ରତି ଜନସାଧାରଣଙ୍କର ଆସ୍ଥା ତୁଟିବାରେ ଲାଗିଛି । ଶିକ୍ଷକ, ଶିକ୍ଷୟତ୍ରୀ ମାନେ କର୍ତ୍ୟବରେ ଅବହେଳା କରି ଠିିକ ଭାବରେ ପାଠ ନପଢାଇ ବିଦ୍ୟାଳୟ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମୟ କାଟୁଥିବା ନେଇ କିଛି ଅଭିଭାବକ ଅଭିଯୋଗ କରିଛନ୍ତି । ଶିକ୍ଷାର୍ଥୀ ମାନେ ମନଇଚ୍ଛା ବିଦ୍ୟାଳୟ ବାହାରକୁ ଯାଇ ଏଣେ ତେଣେ ବୁଲୁଛନ୍ତି । ବେସରକାରୀ ବିଦ୍ୟାଳୟ ଗୁଡ଼ିକୁ ସଚେତନଶୀଳ ଅଭିଭାବକମାନେ ତାଙ୍କ ଶିଶୁକୁ ପାଠ ପଢାଇବାକୁ ଛାଡ଼ୁଥିବା ବେଳେ ସରକାରୀ ବିଦ୍ୟାଳୟକୁ ପ୍ରାୟତଃ ଗରୀବ ଶ୍ରେଣୀ ପରିବାରର ପିଲାମାନେ ପାଠ ପଢିବାକୁ ଆସୁଛନ୍ତି । ସେମାନଙ୍କ ଅଭିଭାବକ ପିଲାମାନେ ପାଠ ପଢିଲେ କି ନାହିଁ ତାଗିଦ୍ କରୁନାହାନ୍ତି । ଫଳରେ ହିଂଜିଳିକାଟୁ ବ୍ଳକ ସରକାରୀ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହ ଶିକ୍ଷାର୍ଥୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । କେତେକ ବିଦ୍ୟାଳୟରେ ଶିକ୍ଷକ ଥାଇ ମଧ୍ୟ ଭଳଭାବେ ପାଠପଢା ହେଉନଥିବା ଅଭିଯୋଗ ହେଉଛି । ଆଉ କେତେକ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନଥିବା ଯୋଗୁଁ ପାଠପଢା ଠିକ ଭାବେ ହେଉନଥିବା ଜଣାପଡ଼ିଛି । ଶିକ୍ଷା ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ମାନେ ବିଦ୍ୟାଳୟ ପରିଦର୍ଶନରେ ନଯିବାରୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ମନଇଚ୍ଛା କାମ କରୁଛନ୍ତି ବୋଲି ଅଭିଯୋଗ ଉଠିଛି । ମୋଟାମୋଟି ଭାବେ କହିବାକୁ ଗଲେ ହିଂଜିଳିକାଟୁ ବ୍ଳକରେ ସର୍ବଶିକ୍ଷା ଅଭିଯାନ ଦିଗହରା ହୋଇପଡ଼ିଛି । ଶିକ୍ଷାନୁଷ୍ଠାନ ନିର୍ମାଣ ଓ ଶିକ୍ଷକଙ୍କ ବାବଦକୁ ସରକାର କୋଟି କୋଟି ଟଭ୍କା ଖର୍ଚ୍ଚ କରୁଥିବା ବେଳେ ସରକାରୀ ବିଦ୍ୟାଳୟ ଗୁଡ଼ିକ ଏକପ୍ରକାର ପଙ୍ଗୁ ପାଲଟିଗଲାଣି । ପାଠପଢା ଠିକ୍ ଠାକ ହେଉନଥିବାରୁ ସରକାର ଶିକ୍ଷାର୍ଥୀଙ୍କୁ ପ୍ରୋତ୍ସାହିତ କରିବା ଲାଗି ଯେତେ ପ୍ରକାର ପନ୍ଥା ଅବଲମ୍ବନ କରୁଛନ୍ତି ତାହା ସଫଳ ହେଉନାହିଁ । ସରକାର ଶିକ୍ଷାର୍ଥୀଙ୍କୁ ମାଗଣାରେ ପୁସ୍ତକ, ସାଇକେଲ, ଡ଼୍ରେସ ଓ ଜୋତା ଦେଉଛନ୍ତି । ଏହାର ଉଦ୍ଦ୍ୟେଶ ହେଉଛି ସରକାରୀ ବିଦ୍ୟାଳୟକୁ ଯେମିତି ଅଧିକ ଶିକ୍ଷାର୍ଥୀ ବିଦ୍ୟାଳୟ ମୁହାଁ ହେବେ । ହେଲେ ଶିକ୍ଷା ବିଭାଗର ଉଦାସୀନତା ଓ ଶିକ୍ଷକ ମାନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଲହି ସବୁ ଯୋଜନା ବିଫଳ ହେବାରେ ଲାଗିଛି । ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ପାଠପଢା ବ୍ୟତିତ ଅନ୍ୟ କାର୍ଯ୍ୟରେ ନିୟୋଜିତ ନକଲେ ସରକାରୀ ବିଦ୍ୟାଳୟରେ ମଧ୍ୟ ପାଠପଢା ଭଲ ହୋଇପାରନ୍ତା ଏବଂ ଅଭିଭାବକ ମାନେ ନିଜ ନିଜର ଶିଶୁଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢାଇବାକୁ ଆଗ୍ରହ ପ୍ରକାଶ କରିଥାନ୍ତେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ