ଶିକ୍ଷୟତ୍ରୀ ନୟନା ମଲ୍ଲିକଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ସାନ୍ତସାହିସ୍ଥିତ ବୁଢିବିଳାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦିବଗଂତ ପ୍ରଧାନ ଶିକ୍ଷୟତ୍ରୀ ନୟନା ମଲ୍ଲିକଙ୍କ ଗତ ୨୧ତାରିଖରେ ହୃଦଘାତରେ ପରଲୋକ ହୋଇଯାଇଛି । ପ୍ରବଳ ବର୍ଷା ଓ ଦଶହରା ଉପଲକ୍ଷେ ବିଦ୍ୟାଳୟ ବନ୍ଦ ଥିବାରୁ ଆଜି ପୂର୍ବାହ୍ନରେ ଏହି ଉପଲକ୍ଷେ ନିଖିଳ ଉତ୍କଳ ନିମ୍ନମାଧ୍ୟମିକ ଶିକ୍ଷକ ସଙ୍ଘ କେନ୍ଦ୍ରାପଡା ବ୍ଲକ ପକ୍ଷରୁ ଏକ ଶୋକସଭା ବୁଢିବିଳାଶୁଣି ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଇଛାପୁର କ୍ଲଷ୍ଟରର ସି.ଆର.ସି.ସି.ବିଭୁପ୍ରସାଦ ଜେନା, ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘର ସଭାପତି ରାଜେନ୍ଦ୍ର ପ୍ରସାଦ ରାଉତ, ସମ୍ପାଦକ ଅଶୋକ କୁମାର ସାହୁ, ସହସମ୍ପାଦକ ଶେଖ ମନସୁର ଅଲ୍ଲୀ, ଉପସଭାପତି ରମେଶ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଲ୍ଲିକଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କ୍ଲଷ୍ଟର ଅନ୍ୟ ବିଦ୍ୟାଳୟ ଗୁଡିକର ଶିକ୍ଷକ,ଶିକ୍ଷୟତ୍ରୀମାନେ ମଧ୍ୟ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ