‘ଶିଶୁଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଆଜି ଗଜପତି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ‘ଶିଶୁଙ୍କ ପାଇଁ ଦିନ ଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ସ୍ଵାତୀ ଏସ କୁମାର, ଆରକ୍ଷୀ ଅଧିକ୍ଷକ ଗଜପତିଙ୍କ ଅଧ୍ୟକ୍ଷତା କରି ଜିଲ୍ଲାରେ ଶିଶୁ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଏହାର ସମାଧାନ ଉପରେ ଆଲୋଚନା କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜି.ତିରୁପତି ରାଓ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଗଜପତି, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ନିର୍ମଳା ସେଠୀ, ଅଧ୍ୟକ୍ଷା,ପୌର ପରିଷଦ ପାରଳାଖେମୁଣ୍ଡି, ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଗଜପତି, ଦିଲ୍ଲୀପ କୁମାର ବେହେରା, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଆଲୋକ ରଞ୍ଜନ ରାୟ,ଅଧ୍ୟକ୍ଷ,ପୋଲିସ ୟୁନିଟ ଗଜପତି, କିଶୋର କୁମାର ନ୍ୟାୟ,ଜୁଭେନାଲ ଜଷ୍ଟିସ ବୋର୍ଡ ପାରଳାଖେମୁଣ୍ଡି ,ଅଶ୍ଵିନୀ କୁମାର ମହାପାତ୍ର, ଅଧ୍ୟକ୍ଷ,ଶିଶୁ ମଙ୍ଗଳ ସମିତି, ଗଜପତି, ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା, ଶିଶୁ ଅଧିକାର, ବାଲ୍ୟ ବିବାହକୁ ଜିଲ୍ଲାରେ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ସହ ଶିଶୁ ଶ୍ରମିକ, ଶିଶୁ ଭିକ୍ଷାବୃତ୍ତି କୁ କିପରି ରୋକାଯାଇ ପାରିବ ତାହା ଉପରେ ଆଲୋଚନା କରାଯାଇ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ବିଷୟରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଶିଶୁ ସୁରକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଚଳିତ ଦଶମ ପରୀକ୍ଷାରେ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୪ ଜଣ ଛାତ୍ରଛାତ୍ରଙ୍କୁ ପରିଚାଳନାରେ ସହଯୋଗ କରିଥିଲେ।ସମ୍ବର୍ଦ୍ଧିତ କରଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁ, ଡେପୁଟି କଲେକ୍ଟର ପାଣକୃଷ୍ଣ ପାଣିଗ୍ରାହୀ,ଅତିରିକ୍ତ ଶ୍ରମ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିବା ସହିତ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ