ଶିଶୁ ମସ୍ତିଷ୍କକୁ ସକ୍ରିୟ କରାଏ ଗର୍ଭାଶୟରେ ପଦାଘାତ

ଜଣେ ଗର୍ଭବତୀ ମହିଳା ଗର୍ଭସ୍ଥ ସନ୍ତାନର ଗୋଇଠା ମାଡ଼ ଅନୁଭବ କରେ । ଅଙ୍ଗଚାଳନା କରିବା ଦ୍ୱାରା ଶିଶୁର ଅଙ୍ଗପ୍ରତ୍ୟଙ୍ଗ ଶକ୍ତ ହେବା ସହିତ ମସ୍ତିଷ୍କ ମଧ୍ୟ ସକ୍ରିୟ ହୁଏ । ଏହା ଦ୍ୱାରା ନିଜ ଚତୁଃପାଶ୍ୱର୍ର ପରିବେଶକୁ ସେ ଅନୁସନ୍ଧାନ କରେ ବୋଲି ଏକ ନୂଆ ଅଧ୍ୟୟନରୁ ଜାଣିବାକୁ ମିଳିଛି । ଏ ସମ୍ପର୍କିତ ଏକ ଅଧ୍ୟୟନ ଜର୍ନାଲ ସାଇଣ୍ଟିଫିକ୍ ରିପୋର୍ଟସ୍ରେ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଏକ ଗର୍ଭସ୍ଥ ସନ୍ତାନ ଗୋଡ଼ହାତ ହଲାଇ ଖେଳୁଥିବାବେଳେ ଏହାର ମସ୍ତିଷ୍କରେ ଯେଉଁ ତରଙ୍ଗ ସୃଷ୍ଟିହୁଏ ତାହାକୁ ଗବେଷକମାନେ ମାପ କରିଛନ୍ତି । ବ୍ରିଟେନ୍ ସ୍ଥିତ ୟୁନିଭର୍ସିଟି କଲେଜ ଲଣ୍ଡନ (ୟୁସିଏଲ୍)ର ଗବେଷକମାନେ ଜାଣିବାକୁ ପାଇଛନ୍ତି, ମସ୍ତିଷ୍କ ତରଙ୍ଗର ଦ୍ରୁତତା ଶିଶୁକୁ କ୍ରିୟାଶୀଳ ତଥା ସକ୍ରିୟ କରେ । ଉଦାହରଣ ସ୍ୱରୂପ ଶିଶୁର ବାମହାତ ତୁଳନାରେ ଡାହାଣ ହାତର ଚାଳନା ଦ୍ୱାରା ମସ୍ତିଷ୍କ ତରଙ୍ଗ ଖୁବ୍ ଶୀଘ୍ର ସକ୍ରିୟ ହୁଏ । ଏହାଦ୍ୱାରା ଶିଶୁ ଜନ୍ମପରେ ସକ୍ରିୟ ହୋଇପାରେ । ଶିଶୁର ସ୍ୱତଃସ୍ଫୂର୍ତ୍ତ ଅଙ୍ଗଚାଳନା ମସ୍ତିଷ୍କର ଯଥାର୍ଥ ସକ୍ରିୟତା ପାଇଁ ଦାୟୀ ବୋଲି ୟୁସିଏଲ୍ ଗବେଷକ ଲାରେଞ୍ଜା ଫାବ୍ରିଜି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ