ଶିଶୁ ସାହିତ୍ୟକ ଦିଲ୍ଲୀପ କୁମାର ଚୌଧୁରୀଙ୍କ ବିୟୋଗରେ ଶୋକସଭା
ବ୍ରହ୍ମପୁର, (ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସଦସ୍ୟ ତଥା “ଶିଳାପଦ୍ମ’ ପ୍ରତିଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ସୁନାମଧନ୍ୟ ଶିଶୁ ସାହିତ୍ୟକ ଦିଲ୍ଲୀପ କୁମାର ଚୌଧୁରୀ ୧୧ ତାରିଖ ରାତ୍ରୀ ୧୦ ଘଟିକା ସମୟରେ ୫୩ ବର୍ଷ ବୟସରଙ୍କ ଇଳଲୀହା ସମ୍ବରଣ କରିଥିଲେ । ତାଙ୍କର ଅମର ଆତ୍ମାର ସଦ୍ଗତି କାମନା ନିମନ୍ତେ ଉଭୟ ଶିଳାପଦ୍ମ ଓ ବରିଷ୍ଠ କଳାକାର ସଂଘ ପକ୍ଷରୁ ମୋବାଇଲ୍ କନ୍ଫରେସିଂ ମାଧ୍ୟମରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ଅଧ୍ୟାପକ ଚିତରଂଜନ ପଟ୍ଟନାୟକ, କଳାକାର ସଂଘର ସଭାପତି ସୁବାସ ଚନ୍ଦ୍ର ସାହୁ, ବିପିନ କୁମାର ପଟ୍ଟନାୟକ, ପ୍ରଫୁଲ ବେହେରା, ତିରୁପତି ସାହୁ, ଗଣମାଧ୍ୟମ ବ୍ୟକ୍ତିତ୍ୱ ନରେନ୍ଦ୍ର ପ୍ରସାଦ ବେହେରା, ଜୟକୃଷ୍ଣ ପଟ୍ଟନାୟକ, ନାଟ୍ୟକାର ରମେଶ ସାହୁ ପ୍ରମୁଖ ନିଜର ଶୋକ ବ୍ୟକ୍ତ କରିଥିଲେ । ଉଭୟ ଅନୁଷ୍ଠାନର ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ ତାଙ୍କର ପ୍ରାକ୍ କଥନରେ ଦିଲ୍ଲୀପ ବାବୁ ଜଣେ ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ନିରଳସ ସାରସ୍ୱତ ସାଧକଟିଏ ଥିଲେ ବୋଲି ତାଙ୍କ ବକ୍ତବ୍ୟରେ ସେ କହିଥିଲେ । ତାଙ୍କର ଟିମା-ରାମୁ ଓଡ଼ିଶାର ପ୍ରଥମ ଶିଶୁ ଉପନ୍ୟାସ । ଅଲ୍ଲି ଚାଚାଙ୍କ ଉପହାର, ପିଲାଙ୍କ ରାମୟଣ, ବାଲି ଘରର ଚିତ୍ର, ମୋ ନାମ ଚନ୍ଦ୍ର ଭାନୁ, ଗୋପାଳପୁର କେତେ ଦୂର ଅଦି ପୁସ୍ତକ ଭିତରେ ତାଙ୍କ ପ୍ରଜ୍ଞାଦୀପ୍ତ ସାରସ୍ୱତ ପ୍ରତିଭା ପ୍ରକଟିତ । କାର୍ଯ୍ୟକ୍ରମ ପରିଚାଳନାରେ ଲକ୍ଷ୍ମୀନାରାୟଣ ସାମଲ, ଭଗବାନ ସାମଲ, ନୀଳମାଧବ ଜେନା, ବଳଦେବ ସାହୁ, ନିହାରୀକା ସାହୁ ପ୍ରମୁଖ ସହଯୋଗ କରିଥିଲେ ।


