ଶୁକ୍ରବାର କେନ୍ଦ୍ରାପଡା ଜିଲାରେ ଆଜି ୨୯କରୋନା ପଜିଟିଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲାରେ ଶୁକ୍ରବାର ୨୯ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଡେରାବିଶ ବ୍ଲକରେ ୪ଜଣ କରୋନା ପଜିଟିଭ କେଶ ବାହାରିଥିବା ବେଳେ ଗରଦପୁର ବ୍ଲକରେ ୨ଜଣ, କେନ୍ଦ୍ରାପଡା ବ୍ଲକରେ ୧୫ଜଣ, ମହାକାଳପଡା ବ୍ଲକରେ ୨ଜଣ, ମାର୍ଶାଘାଇ ବ୍ଲକରେ ୩ଜଣ, ପଟ୍ଟାମୁଣ୍ଡାଇ ବ୍ଲକରେ ଜଣେ ଓ କେନ୍ଦ୍ରାପଡା ପୈାରାଞ୍ଚଳରେ ୨ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି ।


