ଶୁଦ୍ଧ ଇଂରାଜୀ ଶବ୍ଦ ଲିଖନ ପ୍ରତିଯୋଗିତା
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ କୁଳସାହି ସ୍ଥିତ ଶ୍ରୀ ଅରବିନ୍ଦପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସର ରେ ଦୀନବନ୍ଧୁ ପଣ୍ଡା ସ୍ମୃତି ପରିଷଦ ପକ୍ଷରୁ ଏକ ଶୁଦ୍ଧ ଇଁରାଜୀ ଶବ୍ଦ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ସ୍ଥାନୀୟ ଅଞ୍ଚଳରୁ ୭୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଷାଠିଏଟି ଶବ୍ଦ ଠିକ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ସପ୍ତାହେ ମଧ୍ୟରେ ଆର୍ଥିକ ପୁରସ୍କାର ଯୋଗାଇ ଦେବା ପାଇଁ ପରିଷଦର ସମ୍ପାଦକ ରାଜ କିଶୋର ପଣ୍ଡା ମତ ବ୍ୟକ୍ତ କରିଥିଲେ। ଏହି ପରୀକ୍ଷାକୁ ଶିକ୍ଷା କେନ୍ଦ୍ରର ସମସ୍ତ ଗୁରୁମା’ ପରିଚାଳନା କରିଥିଲେ । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ସମ୍ପାଦକ ଅନନ୍ତ କିଶୋର ମହାନ୍ତି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।


