ଶେରଗଡ଼ରେ ଜିଲ୍ଲାପାଳ : ନିଜକୁ ସୁରକ୍ଷିତ ରଖି କରୋନା ପାଇଁ କାମ କରିବାକୁ ଆହ୍ୱାନ

ଶେରଗଡ଼, (ଦେବୀ ପ୍ରସାଦ ଦାଶ): ଗୁରୁବାର ସକାଳ ୮ଟା ବେଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶେରଗଡ଼ ବ୍ଲକ ପରିଦର୍ଶନ କରିଥିଲେ। ବ୍ଲକ ସମ୍ମୁଖରେ ସରପଞ୍ଚ ମାନଙ୍କୁ କହିଥିଲେ କୀ ଯେ ନିଜ ପଞ୍ଚାୟତ ର ସମସ୍ତ ୱାର୍ଡ ରେ ଗୋଟିଏ ଲେଖାଏଁ କମିଟି ଗଠନ କରି କରୋନା ମୁକାବିଲା କରନ୍ତୁ। ଆମକୁ ଜୁଲାଇ ମାସ ଜଗିବାକୁ ପଡିବ। କାରଣ ପ୍ରବାସୀ ମାନେ ବର୍ତ୍ତମାନ ଘରକୁ ଫେରିଛନ୍ତି । ଗ୍ରାମରେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବା ପୂର୍ବରୁ କରୋନା ମୁକିବିଲା ନେଇ ଯୋଜନା କରନ୍ତୁ। ଆମକୁ ଦିନ ରାତି କାମ କରିବାର ଅଛି। ଏହି ସମୟରେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ୱାର୍ଡ କମିଟି ସହଯୋଗ ରେ ଗ୍ରାମର ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝନ୍ତୁ। ଗ୍ରାମର କେଉଁ ମାନେ ବାହାରେ ଅଛନ୍ତି ସେମାନଙ୍କ ତଥ୍ୟ ରଖନ୍ତୁ। ୱାଟସଅପ ଗୃପ କରି ସମସ୍ତଙ୍କୁ ସାମିଲି କରନ୍ତୁ ।ବର୍ତ୍ତମାନ ଶେରଗଡ଼ ସମସ୍ତ ଆକ୍ରାନ୍ତ ଭଲ ହୋଇସାରିଥିବା ବେଳେ ମୋଟ ୮ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଥିବା କହିଥିଲେ।ସେଥି ମଧ୍ୟରେ ପଦ୍ମପୁର ର ୪,କୁରୁଳା ର ୧,ତାକରଡା ର ୧,ଠୁରୁବୁରାଇ ର ୧,ମହୁପଦର ୧ଅଛନ୍ତି ।ଦୋକାନ ବଜାର ରେ ଯେଉଁ ବ୍ୟବସାୟୀ ମାନେ ସାମାଜିକ ଦୂରତ୍ୱ ମାନୁନାହଁନ୍ତି,ମାସ୍କ ପିନ୍ଧୁ ନାହାନ୍ତି ବା ଗ୍ରାହକ ମାନଙ୍କୁ ବିନା ମାସ୍କ ରେ ଜିନିଷ ଦେଉଛନ୍ତି ସେମାନଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ୟବସାୟୀ କରୁଥିବା ବ୍ୟକ୍ତି ମାନେ ୮ଟି ଅନୁଶାସନ ମାନିବାକୁ ବାଧ୍ୟତା ହେଲା ଦୋକାନ ଆଗରେ ବେରିକେଟ, ମାସ୍କ ,ସାମାଜିକ ଦୂରତ୍ୱ ,ଗହଳି ଚହଳି କରିବେନାହିଁ, ରେଜିଷ୍ଟ୍ରର ପରିଚାଳନା ,ନିୟମ କାନୁନ,ହେଣ୍ଡ ସାନିଟାଇଜ,ସୂଚନା ଫଳକ,ଦର ନିୟନ୍ତ୍ରଣ ଠିକ କରିବା ଉପରେ ଗୁରୁତ୍ୱ ଦେଇ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ସମସ୍ତ ପଞ୍ଚାୟତ ର ସରପଞ୍ଚ ମାନେ ଏ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି।ସେହି ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ ,ତହସିଲଦାର , ଡଃ ଦୟାସିନ୍ଧୁ ପରିଡା,ସିଡିପିଓ ଜୟନ୍ତୀ ପାଟପିଙ୍ଗୁଆ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର, ସହକାରୀ ଯନ୍ତ୍ରୀ ମହିନ୍ଦ୍ର କୁମାର ଷଡ଼ଙ୍ଗୀ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାବୁଲା କୁମାର ଚୌଧୁରୀ, ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ।ଓ ବ୍ଲକର୨୨ଟି ପଞ୍ଚାୟତର ସରପଞ୍ଚ ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ