ଶେରଗଡ଼ରେ ନାଳ ବ୍ୟବସ୍ଥା ସୁଧାରିବା ନେଇ ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ

ଶେରଗଡ଼ର, (ଦେବୀ ପ୍ରସାନ ଦାଶ): ଶେରଗଡ଼ର ନାଳ ବ୍ୟବସ୍ଥା କହିଲେ ନସରେ । ପ୍ରତିବର୍ଷ ବର୍ଷା ଦିନ ଆସିଲେ ଶେରଗଡ଼ ବାସୀଙ୍କ ପାଇଁ ଦୁଃଖ ଏହି ନାଳର ଅବ୍ୟବସ୍ଥା ।ଏ ନେଇ ସଦାବେଳେ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଯାଉଥିଲା। ପରନ୍ତୁ ସ୍ତାନୀୟ ପ୍ରଶାସନ ପାଣି ନିଷ୍କାସନ ପାଇଁ ସିନା ବ୍ୟବସ୍ଥା କରୁଥିଲେ। ପରନ୍ତୁ ନାଳ ବ୍ୟବସ୍ଥା ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଇ ପାରିଲା ନାହିଁ। ଫଳରେ ଚଳିତ ବର୍ଷ ମଧ୍ୟ ଶେରଗଡ଼ କଳିଙ୍ଗ ବୈଶ୍ୟ ଭବନ ଛକ ସମ୍ମୁଖରେ ଥିବା ୫୦୦ଭରଣ ଜମିରେ ଲଗାଣ ବର୍ଷା ଯୋଗୁଁ ପାଣି ଜମି ରହିବା ସହ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଲା।ପ୍ରାୟ ୬ପୁଟ ପାଣି ଜମି ରହିବା ଫଳରେ ଶେରଗଡ଼ ର କେଉଟ ସାହି, ରମୁଣିସାହି,ବାଲିସାହି ର ଲୋକମାନେ ଭୟରେ ରହିଥିଲେ।ଏନେଇ ଶେରଗଡ଼ ରେ ଉତ୍ୟକ୍ତ ଲୋକ ମାନେ ପାଣି ନିଷ୍କାସନ ନିମନ୍ତେ ଶେରଗଡ଼ ରେ ପ୍ରତିବାଦ କରି ଟାୟାର ଜାଳି ବା ସହ ଶେରଗଡ଼ ଚାରି ଚକ ରେ ଆନ୍ଦୋଳନ କରାଯାଇଥିଲା।ଏହା ମୁଖ୍ୟମନ୍ତ୍ରୀ ଦପ୍ତର ହସ୍ତକ୍ଷେପ ପରେ ସୋମବାର ଦିନ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶୁତୋଷ ଦାଶ, ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ଶତପଥୀ ,ଯନ୍ତ୍ରୀ ବନୋଜ କାନ୍ତ ସେଠି ,ନାଳ ନର୍ଦ୍ଧମା ବିଭାଗ ର ନିର୍ବାହୀ ଯନ୍ତ୍ରୀ ଏସ.ସମ୍ପଦ ରାଓ, ଯନ୍ତ୍ରୀ ବେଣୁ ଗୋପାଳ ବେହେରା, ବିଡ଼ିଓ ସୁରଞ୍ଜନ କୁମାର ସାହୁ,ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ,ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ, ସୁପ୍ରଭାଇଜର ମନୋଜ କୁମାର ନାହାକ ,ପୂର୍ବତନ ବ୍ଲକ ଅଧକ୍ଷ ବାବୁଲା କୁମାର ଚୌଧୁରୀ ସମେତ ଏକ ଟିମ ଆଜି ଶେରଗଡ଼ ର ନାଳ ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିଲେ।ଶେରଗଡ଼ର ନାଳ ସୁଧାରିବା ପାଇଁ ଏହି ଟିମ ପଥମେ ନନ୍ଦିନୀ ନଦୀ ତଟ ,ପରେ ଧୋବାସାହି,ତୋଟା ସାହି,ଶେରଗଡ଼ ବାଇପାସ,ବାରସିଙ୍ଗି ଗ୍ରାମ,କଳିଙ୍ଗ ବୈଶ୍ୟ ଭବନ ଛକ, ଚାରି ଛକ ହୋଇ ନୂତନ ବସଷ୍ଟାଣ୍ଡ ଜାଗାରେ ପହଁଚି ନାଳ ଅନୁଧ୍ୟାନ କରି ଥିଲେ।ନାଳ ନର୍ଦ୍ଧମା ବିଭାଗ,ପୂର୍ତ୍ତ ବିଭାଗ ର ମିଳିତ ରେ ଶେରଗଡ଼ର ନାଳ ବ୍ୟବସ୍ଥା ସୁଧାରିବା ପାଇଁ ପ୍ରୟାସ ଜାରି କରାଯିବ।ଆସନ୍ତା ବର୍ଷରେ ଆଉ ପାଣି ନିଷ୍କାସନ ସମାସ୍ୟା ରହିବ ନାହିଁ ବୋଲି ଅଧିକାରୀ ମାନେ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ