ଶ୍ରମିକ ମାରଣା ନୀତି ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ
କଟକ, (ଦୀପକ୍ କୁମାର ବେଉରା):କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ମିଳିତ ମଞ୍ଚ ପକ୍ଷରୁ ଶ୍ରମ ଆଇନ ସଂଶୋଧନ ଶ୍ରମିକ ମାରଣା ନୀତି ବିରୁଦ୍ଧରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆଜି ଦେଶବ୍ୟାପୀ ପ୍ରତିବାଦ କରା ଯାଇଅଛି । କଟକ ଜିଲ୍ଲାର କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ କଟକ ନୁଆପଡା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଶ୍ରମିକ ବିରୋଧୀ ଶ୍ରମ ଆଇନ ବାତିଲ କରିବା ,ସରକାରୀ ଉଦ୍ୟୋଗ ଯଥା ରେଳ, କୋଇଲା, ବି ଏସ୍ ଏନ୍ ଏଲ୍, ଶିକ୍ଷା, ସ୍ୱାସ୍ଥ୍ୟ ,ବିମାନ ସେବାର ଘରୋଇକରଣ ବନ୍ଦ କରିବା, ଠିକା କର୍ମଚାରୀ ପରିବର୍ତ୍ତେ ସ୍ଥାୟୀ କର୍ମଚାରୀ ନିଯୁକ୍ତି କରିବା,ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ କରୋନା ସାହାଯ୍ୟ ଅବିଳମ୍ବେ ଯୋଗାଇ ଦେବା ଭଳି ଅନେକ ଦାବି କରିଛି ସଙ୍ଗଠନ। ଏ ନେଇ ଶ୍ରମ ଅଧିକାରୀ ବନମାଳୀ ମହାପାତ୍ର ଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସରକାର ଶ୍ରମିକ ବିରୋଧୀ ନୀତିକୁ ଯଦି ପ୍ରତ୍ୟାହାର ନ କରନ୍ତି ତେବେ ଶକ୍ତିଶାଳୀ ଶ୍ରମିକ ଆନ୍ଦୋଳନ ହେବ ବୋଲି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ମିଳିତ ମଞ୍ଚ ସରକାରଙ୍କୁ ଚେତାବନୀ ଦେଇଛି। କାର୍ଯ୍ୟକ୍ରମ ରେ ରବି ନାରାୟଣ ମଲ୍ଲିକ, ପିତାମ୍ବର ଲେଙ୍କା ,ଅଭୟ ସ୍ୱାଇଁ, କିଶୋର ଜେନା, ଖଗେଶ୍ୱର ସେଠି ରାଜକିଶୋର ମଲ୍ଲିକ ପ୍ରମୁଖ ଆନ୍ଦୋଳନ ରେ ସାମିଲ୍ ହୋଇ ଥିଲେ।


