ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ୪୮ ଲକ୍ଷ ଯାତ୍ରୀ ପହଁଚିଲେ ନିଜ ରାଜ୍ୟରେ

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବ୍ୟକ୍ତିବିଶେଷଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଭାରତୀୟ ରେଳ ମେ’ ପହିଲାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଥିଲା । ଦେଶର ବିଭିନ୍ନ ରାଜ୍ୟକୁ ୩୫୪୩ଟି ଶ୍ରମିକ ସ୍ପେଶାଲ ଟ୍ରେନ ଯାତ୍ରା କରିଛି । ୨୫୫ଟି ଶ୍ରମିକ ସ୍ପେଶାଲ ଟ୍ରେନ ଯାତ୍ରା ଆରମ୍ଭ କରିଥିଲା । ଏବେସୁଦ୍ଧା ଗତ ୨୬ଦିନ ମଧ୍ୟରେ ପାଖାପାଖି ପ୍ରାୟ ୪୮ଲକ୍ଷ ପ୍ରବାସୀ ଏଥିରେ ଯାତ୍ରା କରିଛନ୍ତି । ଏହି ୩୫୪୩ଟି ଟ୍ରେନ ବିଭିନ୍ନ ରାଜ୍ୟରୁ ଯାତ୍ରା ଆରମ୍ଭ କରିଥିଲା । ସବୁଠାରୁ ଅଧିକ ଟ୍ରେନ ଯାତ୍ରା ଆରମ୍ଭ କରିଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ହେଲା ଗୁଜରାଟ ୯୪୬, ମହାରାଷ୍ଟ୍ର – ୬୭୭, ପଞ୍ଜାବ – ୩୭୭, ଉତ୍ତରପ୍ରଦେଶ – ୨୪୩ ଏବଂ ବିହାର – ୨୧୫ । ଏହି ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକ ବିଭିନ୍ନ ରାଜ୍ୟକୁ ଯାତ୍ରା କରିଥିଲା । ସବୁଠାରୁ ଅଧିକ ୫ଟି ରାଜ୍ୟକୁ ଯାଇଥିବା ଟ୍ରେନଗୁଡିକର ସଂଖ୍ୟା ହେଲା ଉତ୍ତରପ୍ରଦେଶ – ୧୩୯୨, ବିହାର – ୧୧୨୩, ଝାଡଖଣ୍ଡ – ୧୫୬, ମଧ୍ୟପ୍ରଦେଶ – ୧୧୯ ଏବଂ ଓଡିଶା – ୧୨୩ । ଆଇଆରସିଟିସି ପକ୍ଷରୁ ଯାତ୍ରୀମାନଙ୍କୁ ୭୮ ଲକ୍ଷ ମାଗଣା ମିଲ ଏବଂ ୧.୧୦ ଲକ୍ଷରୁ ଅଧିକ ପାଣି ବୋତଲ ଦିଆଯାଇଥିଲା ।  ଯାତ୍ରା କରୁଥିବା ଟ୍ରେନଗୁଡିକରେ ଆଉ ବିଶେଷ ଭିଡ ପରିଲକ୍ଷିତ ହେଉନାହିଁ । ଶ୍ରମିକ ସ୍ପେଶାଲ ଟ୍ରେନକୁ ଛାଡି ଭାରତୀୟ ରେଳ ବିଭିନ୍ନ ସ୍ଥାନରୁ ନୂଆଦିଲ୍ଲୀକୁ ୧୫ ଯୋଡା ଟ୍ରେନ ଚଲାଉଥିବା ବେଳେ ଜୁନ ପହିଲାରୁ ଅଧିକ ୨୦୦ ଟ୍ରେନ ଚଳାଇବାର ଯୋଜନା ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ