ଶ୍ରୀଅଙ୍ଗ ବାସ

ଚନ୍ଦନ ତୁଳସୀ
କର୍ପୂର ବାସଇ
ଶ୍ରୀଅଙ୍ଗ କାଳିଆ ତୋର,
ହିଂସା କ୍ରୋଧ ଲୋଭ
ମାୟା ମୋହ କାହିଁ
ମୋ ଅଙ୍ଗେ କରିଲୁ ହାର ।

ଏତେ ଅପବାଦ
ଅଙ୍ଗେ ବହି ମୋର
ତୋ ଶ୍ରୀଅଙ୍ଗ ସେବା କଲେ,
ତୋ ଅଙ୍ଗ କେମିତି
ପବିତ୍ର ହୋଇବ
କୁହ ଜଗନ୍ନାଥ ଭଲେ ।

ଯାହା ପଚାରିଲେ
ଉତ୍ତର ନ ଦେଇ
ବାଙ୍କ ଚାହାଁଣୀରେ ଚାହଁ,
ରଙ୍ଗା ଅଧରରେ
ମନ୍ଦେ ମନ୍ଦେ ହସି
ସଭିଙ୍କୁ ଭୁଲାଇ ଦିଅ ।

ଏକି ମାୟା ତୋର
ଆହେ ମାୟାଧର
ମାୟା ମୃଗ ରୂପ ଧର,
ସୁବର୍ଣ୍ଣ ହରିଣ
ସତେ କି ସମ୍ଭବ
ଜୀବନ ଥାଏ ଯାହାର ।

ଏ ତୁମ ଜଗତ
ତୁମ୍ଭରି ଆୟତ୍ତ
ନାନା ମତେ ଅଛ କରି,
କାହାକୁ କେମିତି
ମାରିବ ତାରିବ
ତା ଅଙ୍ଗେ ବାସ ସେପରି ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ