ଶ୍ରୀମୟୀ ନୃତ୍ୟାନୁଷ୍ଠାନର ୨୬ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶ୍ରୀମୟୀ ନୃତ୍ୟାନୁଷ୍ଠାନର ୨୬ତମ ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପୂର୍ବତନ ସଚିବ ଡକ୍ଟର ସୁଦ୍ଧା ମିଶ୍ର ଏବଂ ଡକ୍ଟର ନିତା ବହିଦାର, ସୁଶ୍ରୀ ମିନାକ୍ଷୀ ବେହେରା, ଗୁରୁ ଶରତ ରଥ, ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ଆଲୋକ ଦାସ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବସନ୍ତ ଦାସ, ଗୁରୁ ଲକ୍ଷ୍ମୀଧର ଜେନା, ଗୁରୁ ପ୍ରଦୀପ ଦାସ, ଗୁରୁ କାଳଦିଚରନ ପରିଡ଼ାଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ପୁଷ୍ପାଞ୍ଜଳି, ମଙ୍ଗଳଚରଣ, ପଲ୍ଲବୀ, ଅଭିନୟ ଆଦି ପରିବେଷଣ କରିଥିଲେ ।ଅନୁଷ୍ଠାନର ନିର୍ଦ୍ଦେଶିକା ଶ୍ରୀମତୀ ମହାନ୍ତି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶ୍ରୀମୟୀ ନୃତ୍ୟାନୁଷ୍ଠାନର ପ୍ରଥମ ବାର୍ଷିକ ମୁଖପତ୍ର ‘ମୁକୁର’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ