ଫାଇଲେରିଆ ରୋଗର ନିରାକରଣ ତଥା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ବର୍ଷ ଅଗଷ୍ଟ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ହେବାକୁ ଯାଉଥିବା ଫାଇଲେରିଆ ରୋଗର ନିରାକରଣ ତଥା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ନିମନ୍ତେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ବାନ୍ ହଲ ଠାରେ ଏହି କାର୍ଯ୍ୟକ୍ରମର ପ୍ରଥମ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ଅଧିୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ । ଏହି ଜାତୀୟ କାର୍ଯ୍ୟକ୍ରମଟି କିଭଳି ଭାବରେ ସଫଳତାର ସହିତ ଅନୁଷ୍ଠିତ ହେବ ସେଥି ନାମନ୍ତେ ବ୍ୟାପକ ପ୍ରଚାର ପ୍ରସାର କରିବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ଜିଲ୍ଲାର ଚିକିଟି, ଛତ୍ରପୁର, ଭଞ୍ଜନଗର ବ୍ଲକ ଓ ବ୍ରହ୍ମପୁର ମହାନଗର ବ୍ୟତୀତ ସମସ୍ତ ବ୍ଲକ ରେ ଏହା ଅନୁଷ୍ଠିତ ହେବ। ଚଳିତ ବର୍ଷ କାର୍ଯ୍ୟକ୍ରମ ରେ ଡି ଇ ସି, ଆଲ୍ବେଣ୍ଡାଜଲ ବଟିକା ସହ ଆଇଭରମେକ୍ଟିନ ବଟିକା ବୟସ ଓ ଉଚ୍ଚତା ଅନୁପାତରେ ଖୁଆଇ ଦିଆଯିବ। ଆଶା, ଅଙ୍ଗନବାଡି କର୍ମୀ ଓ ସ୍ବେଛାସେବୀ ଗଣ ଘରକୁ ଘର ବୁଲି ଏହି ଔଷଧ ଖୁଆଇଦେବେ। ଏହାବ୍ୟତୀତ ବିଦ୍ୟାଳୟ, ସମସ୍ତ କାର୍ଯ୍ୟାଳୟ, ଜିଲ୍ଲାରେ ରହିଥିବା ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ କୁ ଆଶା, ଅଙ୍ଗନ୍ବାଡି କର୍ମୀ ଓ ଓ ସ୍ବେଛାସେବୀ ଗଣ ଯାଇ ଏହି ଔଷଧ ଖୁଆଇଦେବେ । ୨ ରୁ କମ ବର୍ଷ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବ୍ୟକ୍ତି ମାନଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବ ନାହିଁ । ସମସ୍ତ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ସମସ୍ତ ମାଇକ୍ରୋପ୍ଲାନିଙ୍ଗ, ତାଲିମ ଓ ସଚେତନତା ସୁଚାରୁରୂପେ ଓ ଠିକ ସମୟରେ ସମସ୍ତ କାର୍ଯ୍ୟ ସମାପ୍ତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ନୀଳ ମାଧବ ଭୋଇ, ରାସ୍ତା ଓ କୋଠାବାଡି ବିଭାଗୀୟ ସୁପରିନଟେଣ୍ଡେଣ୍ଟ ଇଞ୍ଜିନିୟର ତପନ କୁମାର ପାଣିଗ୍ରାହୀ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ର ଜିଲ୍ଲା ପ୍ରକଳ୍ଦ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ଭିଭିଡି) ଡା. ସନ୍ତୋଷ କୁମାର ପାଢୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ , ପରିବାର କଲ୍ୟାଣ ଡା. ଭି ସରୋଜୀନୀ ଦେବୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଅଧିକାରୀ ସୁଜିତ୍ କୁମାର କାର୍ଯୀ ଏବଂ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ