ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ : ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ଭିଡ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣା ସାହି ଲକ୍ଷ୍ମୀ ନୃସିଂହ ମନ୍ଦିର ସମ୍ମୁଖରେ ସ୍ଥାନୀୟ ସହରର ଆଧ୍ୟାତ୍ମିକ ସଂଗଠନ ଭଗବତ କଥା ବିତରଣ ପରିଷଦ ପକ୍ଷରୁ ଚଳିତ ମାସ ୧୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ସୋମବାର ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । । ଉତ୍ସବରେ ସୁନ୍ଦରକାଣ୍ଡ କାର୍ଯ୍ୟକ୍ରମ ଦେଖିବାକୁ ସ୍ଥାନୀୟ ପୈାରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ଉଦଘାଟିତ ଦିବସରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ମାତା ସୀତା ଓ ହନୁମାନଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ପ୍ରତ୍ୟହ ସକାଳ ସମୟରେ ହୋମ, ଭଜନ, ପାରାୟଣ ସହ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଅଛି । ପାରିଷଦ ପକ୍ଷରୁ ଦୀର୍ଘ ୨୨ ବର୍ଷ ଧରି ଉକ୍ତ କାର୍ଯ୍ୟକ୍ରମ ଚାଲୁ ରହିବା ସହ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଯଥା ବୃକ୍ଷ ରୋପଣ, ସ୍ବାସ୍ଥ୍ୟ ଶିବିର, ଯୋଗ ଶିବିର, ମେଧାବୀ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ନିଶା ନିବାରଣ ଭଳି ବହୁ କାର୍ଯ୍ୟକ୍ରମ କରାଯାଉଅଛି । ପ୍ରବଚକ ଭାବେ କେନ୍ଦ୍ରାପଡ଼ା ଜିଲ୍ଲାର ରାମାୟଣ ପଣ୍ଡିତ ଅନଙ୍ଗ ପ୍ରସାଦ ଦାଶ ସନ୍ଧ୍ୟାରେ ଶ୍ରୀରାମଙ୍କ ଅମୃତ ବାଣୀ ପ୍ରଦାନ କରୁଛନ୍ତି । ବ୍ୟାସ ଭାବେ ପଦ୍ମଚରଣ ଦାଶ, ଧାରକ ସନ୍ୟାସି ସାହୁ କର୍ତ୍ତା ଭାବେ ବିଜୟ କୁମାର ପାଣିଗ୍ରାହୀ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । ଏହି ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆସନ୍ତା ୨୫ ତାରିଖରେ ଉଦଯାପିତ ହେବ । କାର୍ଯ୍ୟକ୍ରମରେ ପାରିଷଦ ସଭାପତି ଦେବାନନ୍ଦ ମହାପାତ୍ର, ଉପସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ଏ ଶଙ୍କର ପ୍ରସାଦ ଆଚାରୀ, ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ, ସମ୍ପାଦକ ତରୁଣ ପଣ୍ଡା, ସମୀକ୍ଷକ ରମେଶ ଚନ୍ଦ୍ର ଚୌଧୁରୀ, ଉପଦେଷ୍ଟା ନାରାୟଣ ପାଢି, କୋଷାଧ୍ୟକ୍ଷ ଗୈାରହରି ପୃଷ୍ଟି, ଗଦାଧର ବେହେରା, ପ୍ରଶାନ୍ତ ପଟ୍ଟନାୟକ, ହରିହର, ଅରବିନ୍ଦ ପଣ୍ଡା, ସୁନିଳ ସାହୁ, ସନ୍ତୋଷ ଦ୍ୟାନସୁମନ୍ତ, ଡି ଗୈାରୀ, ଦ୍ବିତୀକୃଷ୍ଣ ପଣ୍ଡା, ବିଶ୍ବମ୍ବର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।