ଗୋରୁମହିଷାଣୀ ଲୌହ ଖଣି ଅଂଚଳରେ ଉତ୍କଳ ପୋଲି କ୍ଲିନିକ୍ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଲୌହ ଖଣି ପରିସରରେ ଥିବା ଆଇଟିଆଇ ପରିସରରେ କାର୍ଯ୍ୟରତ ଲୌହଖଣି ଶ୍ରମିକମାନଙ୍କ ପାଇଁ ଭୁବନେଶ୍ୱରସ୍ଥ ଉତ୍କଳ ପୋଲି କ୍ଲିନିକ୍ ତରଫରୁ ୪ ଦିବସୀୟ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସ, ସମ୍ମାନିତ ଅତିଥି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋରଂଜନ ବିଶ୍ବାଳ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,ବଡମୌଦା ସରପଞ୍ଚ ସୁକାନ୍ତି ହେମ୍ବ୍ରମ,କୁଲେଇଶିଳା ସରପଞ୍ଚ ମିଲିରାଣୀ ସିଂ ,ଲୌହ ଖଣି ଶ୍ରମିକ ନେତା ନିନା ଦାସ ସମେତ ଆଖପାଖ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ସ୍ୱାସ୍ଥ୍ୟ ହିଁ ସଂପଦ ।ଖଣି ଖାଦାନରେ କାମ କରୁଥିବା ଶ୍ରମିକ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇଦେବା ଲୌହ ଖଣି ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡର ମୁଖ୍ୟ ଲକ୍ଷ୍ୟ ।ଶ୍ରମିକ ସୁସ୍ଥ ଓ ନିରୋଗ ହେଲେ ଖଣିଖାଦାନ ଭଳି ବିପଦଜନକ ସ୍ଥାନରେ କାମ କରିବା ସହଜ ।ଲୌହ କମ୍ପାନୀ ଶ୍ରମିକମାନଙ୍କର ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ବେଶି ଧ୍ୟାନ ଦିଏ ବୋଲି ଖଣିର ମେନେଜର ଇଂ ବିକାଶ ରଂଜନ ନାୟକ ଗଣମାଧ୍ୟମକୁ ସୂଚାଇଥିଲେ । । ବାଦାମ ପାହାଡ ,ମୟୂର ମେଟାଲ ଏବଂ ଗୋରୁମହିଷାଣୀ ଲୌହ ଖଣିରେ କାର୍ଯ୍ୟରତ ୨୯୩ ଜଣ ଶ୍ରମିକ ରକ୍ତ, ଚକ୍ଷୁ,ରକ୍ତଚାପ, ଯକୃତ,ହୃଦରୋଗ ପ୍ରଭୃତି ରୋଗ ପାଇଁ ବିଭିନ୍ନ ପରୀକ୍ଷା କରାଯାଇଥିଲା ।ପୋଲିସ କ୍ଲିନିକ୍ ର ଅଭିଜ୍ଞ ଡାକ୍ତର ଆର ଏନ୍ ମହାପାତ୍ର, ଡାକ୍ତର ଅଶୋକ ମିଶ୍ର,ରଂଜନ ନାୟକ, ଏସ ଏମ ମୁସ୍ତାକୀନ, ନିବେଦିତା ପରିଡା, ସ୍ଥାନୁଧର ପାତ୍ର, ପ୍ରଦୀପ ଦଳେଇ, ସୌଭାଗ୍ୟ ରଂଜନ ଧଳ, ସରୋଜ ସାମନ୍ତରାୟ ପ୍ରମୁଖ ଶ୍ରମିକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ସଠିକ ପରାମର୍ଶ ଦେଇଥିଲେ । ଲୌହଖଣିର ଏଚ ଆର ଅଶୋକ ତ୍ରିପାଠୀ, ସେକ ମୁକ୍ତାର, ସଂଜୀବ ଗିରି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଲୌହ ଖଣି ତରଫରୁ ଶ୍ରମିକ ମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ଆୟୋଜନ କରାଯାଇଥିବାରୁ ଶ୍ରମିକମାନେ ଆୟୋଜନ କାଳୀଙ୍କୁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ