ସହରାଞ୍ଚଳର ଭୂମିହୀନଙ୍କୁ ଜମି ଯୋଗାଣ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ରାଜ୍ୟ ସରକାରଙ୍କ ନଷ୍ପତ୍ତି କ୍ରମେ ସହରାଞ୍ଚଳରେ ବସବାସ କରୁଥିବା ଭୂମିହୀନ ମାନଙ୍କୁ ଖୁବଶୀଘ୍ର ଜମି ଯୋଗାଇ ଦିଆଯିବା ପାଇଁ ପ୍ରଶାସନ ସ୍ତରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏସମ୍ପର୍କରେ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ, ପଟ୍ଟାମୁଣ୍ଡାଇ ତହସିଲଦାର ଦିଲିପ କୁମାର ସେଠୀ, କେନ୍ଦ୍ରାପଡା ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଓ ପଟ୍ଟାମୁଣ୍ଡାଇ ପୈାରସଂସ୍ଥାର ଅଧିକାରୀ ପ୍ରମୁଖ ଯୋଗେଦେଇ କେନ୍ଦ୍ରାପଡା ପୈାରାଞ୍ଚଳରେ ୧୮୭ ଜଣ ଭୂମିହୀନ ଓ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳରେ ୫୪ ଜଣ ଭୂମିହୀନଙ୍କୁ ଜମି ପଟା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି । କେନ୍ଦ୍ରାପଡା ତହସିଲ ଅଧିନରେ ଥିବା କେନ୍ଦ୍ରାପଡା ପୈାରାଞ୍ଚଳର ବିଭିନ୍ନ ସ୍ଥାନରେ ୩୬ଟି ପ୍ଲଟରୁ ଜଣକୁ ୩୨୩ ବର୍ଗଫୁଟ ଓ ପଟ୍ଟାମୁଣ୍ଡାଇ ତହସିଲ ଅଧିନରେ ଥିବା ପୈାରାଂଚଳର ସରକାରୀ ଜମିରୁ ୫୪ଜଣକୁ ବିଭିନ୍ନ ସ୍ଥାନରୁ ଜମି ପଟା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ପୈାରାଞ୍ଚ ଳର ଭୁମିହୀନ ମାନଙ୍କୁ ଥଇଥାନ କରିବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଉପ ଜିଲ୍ଲାପାଳ ଶ୍ରୀ ବେହେରା କହିଛନ୍ତି ।


