ଶ୍ରୀ ଗୁରୁଦେବଙ୍କ ସମ୍ମୁଖରେ ଦ୍ଵାଦଶ ସ୍କନ୍ଦ ଭାଗବତ ପାଠ
ନିମାପଡ଼ା,(ସନ୍ତୋଷ କୁମାର ଦାଶ) ପବିତ୍ର ନବମୀ ଅବସର ରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ବ୍ରାହ୍ମଣ ଶାସନ ର କନକ ଦୂର୍ଗା ମନ୍ଦିର ରେ ଅବସ୍ଥାନ କରୁଥିବା ଶ୍ରୀ ଗୁରୁଦେବ ଠାକୁର ଙ୍କ ସମ୍ମୁଖରେ ଦ୍ଵାଦଶ ସ୍କନ୍ଦ ଭାଗବତ ପାଠ ଅନୁଷ୍ଠିତ ହୋଇଥିଲା। ରାତି ପାହିଲେ ଠାକୁର ଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ। ଗୁରୁବାର ରଥ କୁ ପୁର୍ବ ଦିଗକୁ ମୋଡ଼ କରା ଯାଇଥିଲା।ଆଜି ପ୍ରାତଃ ରୁ ଗ୍ରାମବାସୀ ମାନେ ଗାଁ ପୁର୍ବ ମୁଣ୍ଡ ରେ ପୂଜା ପାଉଥିବା ବାସୁଦେବ ଭାଗବତ ଗାଦି ଠାକୁର ଙ୍କୁ ଏକ ଶୋଭାଯାତ୍ରା ରେ ଗାଁ ମୁଣ୍ଡ ମା କନକ ଦୂର୍ଗା ମନ୍ଦିର କୁ ନିଆ ଯାଇ ମନ୍ଦିର ଜଗମୋହନ ଠାରେ ଏକ ଖଟୁଲି ରେ ଉପବେଶନ କରା ଯାଇଥିଲା। ପୂଜକ ଶ୍ରୀଧର ପାଣି ଠାକୁର ଙ୍କ ପୂଜା ନୀତି ଅନୁଷ୍ଠିତ କରିବା ସହିତ ଅନ୍ନପ୍ରସାଦ ଭୋଗ ଲାଗି କରିଥିଲେ। ଗ୍ରାମ କମିଟି ସଭାପତି ବନ ବିହାରୀ ଦାଶ ଠାକୁର ଙ୍କ ସମ୍ମୁଖରେ ଦ୍ଵାଦଶ ସ୍କନ୍ଦ ଭାଗବତ ପାଠ କରିଥିଲେ। ସଂଧ୍ୟା ରେ ସମୂହ ଗ୍ରାମବାସୀ ମାନଙ୍କ ପକ୍ଷରୁ ଠାକୁର ଙ୍କ ନିକଟରେ ପାରମ୍ପରିକ ପ୍ରଥାନୁସାରେ ଚୁଡ଼ାଘଷା, କ୍ଷୀରି ଭୋଗ ଲାଗି କରାଯାଇଥିଲା।ଶେଷରେ ଗୀତ ଗୋବିନ୍ଦ ପାଠ କରାଯାଇ ମନ୍ଦିର ର ପହୁଡ଼ ପଡିଥିଲା।