ଶ୍ରୀ ଭାଗବତ ସ୍ୱାମୀ ମନ୍ଦିରର ସିଂହଦ୍ୱାର ପ୍ରତିଷ୍ଠା ଉତ୍ସବ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଭୋଗଡା ଗ୍ରାମରେ ବିଜେ ଶ୍ରୀ ଭାଗବତ ସ୍ୱାମୀ ମନ୍ଦିରର ସିଂହଦ୍ୱାର ପ୍ରତିଷ୍ଠା ଓ ଘଣ୍ଟି ସ୍ଥାପନ ଉତ୍ସବ ଜୁନ ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଭୋଗଡା ଗ୍ରାମର ପଶ୍ଚିମ ଦିଗରେ ପ୍ରତିଷ୍ଠିତ ଶ୍ରୀ ଭାଗବତ ସ୍ୱାମୀ ମନ୍ଦିରରେ ଠାକୁର ରାଧାକୃଷ୍ଣ ପୂଜା ପାଇ ଆସୁଥିବା ବେଳେ ସିଂହଦ୍ୱାର ନିର୍ମାଣ ହୋଇପାରିନଥିଲା। କୁମୁଦ ଚନ୍ଦ୍ର ମିଶ୍ର ( ସଭାପତି ), ଚନ୍ଦ୍ରଶେଖର ଗୌଡ଼ ( ସମ୍ପାଦକ ) ଓ ଅଟଳ ବିହାରୀ ସାହୁ (କୋଷାଧ୍ୟକ୍ଷ ) ଭାବେ ମନ୍ଦିର ପରିଚାଳନା ଦାୟିତ୍ୱ ଗ୍ରହଣ କରିବା ପରେ ଗ୍ରାମର ଜନସାଧାରଣଙ୍କ ସହଯୋଗରେ ମନ୍ଦିରର ସିଂହଦ୍ୱାର ନିର୍ମାଣ କରି ଶୁକ୍ରବାର ଦିନ ପ୍ରତିଷ୍ଠା କରାଯାଇଥିଲେ । ପୁରୋହିତ ଭାବେ କୁମୁଦ ଚନ୍ଦ୍ର ମିଶ୍ର, କାଳୀ ଚରଣ ମିଶ୍ର ଓ ରବିନାରାୟଣ ମିଶ୍ର ଯୋଗଦେଇ ସିଂହଦ୍ୱାର ପ୍ରତିଷ୍ଠା କାର୍ଯ୍ୟ ଓ ଘଣ୍ଟି ସ୍ଥାପନ କାର୍ଯ୍ୟ ସମ୍ପାଦନା କରିଥିଲେ। ସିଂହଦ୍ୱାର ପ୍ରତିଷ୍ଠାରେ କର୍ତ୍ତା ଭାବେ ଅଭିମନ୍ୟୁ ରାଉତ ଓ ଘଣ୍ଟି ସ୍ଥାପନ କାର୍ଯ୍ୟରେ କର୍ତ୍ତା ଭାବେ ସୂର୍ଯ୍ୟନାରାୟଣ ଗୌଡ଼ ଯୋଗଦେଇଥିଲେ । ମନ୍ଦିରର ଏହି ଉତ୍ସବ ଉପଲକ୍ଷେ ଘୃତ ଯଜ୍ଞ, ନାମଯଜ୍ଞ ଓ ଅନ୍ନଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।


