ଶ୍ରୀ ରାମେଶ୍ବର ମହାଦେବ ଙ୍କ ପୀଠରେ ମହାଯଜ୍ଞ ପାଇଁ ବ୍ୟାପକ ପ୍ରସ୍ତୁତି
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ କୁମରଡ଼ା ଗ୍ରାମର ଶ୍ରୀ ରାମେଶ୍ୱର ମହାଦେବ ଙ୍କ ପୀଠରେ ଅନୁଷ୍ଠିତ ହେବାକୁ ଯାଉଥିବା ପଞ୍ଚକୁଣ୍ଡିୟ ହରିହରାତ୍ମକ ମହାଯଜ୍ଞ ନିମନ୍ତେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ମହାଯଜ୍ଞ ନିମନ୍ତେ ରବିବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ମହାଯଜ୍ଞ ର ଆବାହକ ତଥା ମୂଖ୍ୟ ପୁରୋହିତ ଶିବ ପ୍ରସାଦ ପଣ୍ଡା ଓ ମୂଖ୍ୟ କର୍ତ୍ତା ବଦ୍ରିନାରାୟଣ ପାଣିଗ୍ରାହୀ ଓ ତାଙ୍କ ଧର୍ମପତ୍ନୀଙ୍କ ଉପସ୍ଥିତ ରେ ପୂଜାର୍ଚ୍ଚନା ହୋମ ଆଦି କରାଯାଇ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଏଥିରେ ଶ୍ରୀରାମେଶ୍ୱର ଶୈବପୀଠ ଉନ୍ନୟନ କମିଟି ର ସମସ୍ତ କାର୍ଯ୍ୟକର୍ତ୍ତା ବୃନ୍ଦ ଏବଂ କୁମରଡ଼ା, ମୁଣ୍ଡପୋତା, ଚୈତନ୍ୟ ପ୍ରସାଦ, ଖଇରପଙ୍କ, ନାରାୟଣପୁର, କୁକୁଟ ବନ୍ଧ ଓ ପୂଜାରୀ ପଲ୍ଲୀ ଗ୍ରାମର ବହୁ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ। ଏହି ମହାଯଜ୍ଞ ଆସନ୍ତା ମାର୍ଚ୍ଚ ୨୩ ତାରିଖ ଚୈତ୍ର ଶୁକ୍ଳ ଦ୍ୱିତୀୟା ତିଥି ଠାରୁ ୩୦ ତାରିଖ ଚୈତ୍ର ଶୁକ୍ଳ ନବମୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମହାଯଜ୍ଞ ପରିଚାଳନା କମିଟି ପକ୍ଷରୁ ଆଲୋଚନା ସଭାରେ ସଭାପତି କୋରାମଣୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।