ଦକ୍ଷିଣ ଓଡ଼ିଶା କଲେଜ ଶାରୀରିକ ଶିକ୍ଷକ ସଂଘର  ବାର୍ଷିକ ସମ୍ମିଳନୀ  

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିସରରେ ଦକ୍ଷିଣ ଓଡ଼ିଶା କଲେଜ ଶାରୀରିକ ଶିକ୍ଷକ ସଂଘ ର ବାର୍ଷିକ ସମ୍ମିଳନୀ ରବିବାର  ଅନୁଷ୍ଠିତ ହୋଇପାଇଛି । ସଙ୍ଘର ରାଜ୍ୟ ସଭାପତି   ସଚ୍ଚିଦାନନ୍ଦ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶାରୀରିକ  ଶିକ୍ଷକ ( ପିଇଟି )ମାନଙ୍କ ବିବିଧ ସମସ୍ୟା ଓ ଆଗାମୀ ଦିନରେ ସଙ୍ଘର କାର୍ଯ୍ୟପନ୍ଥା ସମ୍ପର୍କ ରେ ଉଦ୍‌ବୋଧନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଦକ୍ଷିଣ ଓଡ଼ିଶା ଶାରୀରିକ ଶିକ୍ଷକ ସଂଘର ସଭାପତି ମହାଦେବ ରଥ,  କୋଷାଧ୍ୟକ୍ଷ  କେ. ନାନ୍‌ବାବୁ ଦୋରା  ସେବାନିବୃତ୍ତ ଶାରୀରିକ ଶିକ୍ଷକ ଜଗନ୍ନାଥ ରାଓ ଓ ଖେମୁଣ୍ଡି କଲେଜ ଶାରୀରିକ ଶିକ୍ଷକ ଏସ୍‌.ସିତାରାମ ମୂର୍ତ୍ତି ଯୋଗଦେଇ ନିଜ ନିଜର  ମତାମତ ଉପସ୍ଥାପନ କରିଥିଲେ । ବମକେଇ କଲେଜ ଶାରୀରିକ ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ ,  ବାଲିପଡ଼ା କଲେଜ ଶାରୀରିକ ଶିକ୍ଷକ ତ୍ରିପତି ବିଷୋୟୀ, ସାମନ୍ତିଆପଲ୍ଲୀ କଲେଜ ଶାରୀରିକ ଶିକ୍ଷକ ସୁଧାକର ବିଷୋୟୀ ରାମଗିରି କଲେଜ ଶାରୀରିକ ଶିକ୍ଷକ  ମାଧବ ଖୁଣ୍ଟିଆ ପ୍ରମୁଖ ସମ୍ମିଳନୀ ରେ ଯୋଗଦେଇ ଆଗତ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।  ସଂଘ ତରଫରୁ ସଦ୍ୟ ପ୍ରକାଶିତ  ନୂତନ  ମୋଡ଼ାଲିଟି କୁ ସ୍ଵାଗତ କରାଯାଇଥିଲା । ଆସିକା କଲେଜ ଶାରୀରିକ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ  ଧନ୍ୟବାଦ  ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ