ଷ୍ଟାଫନର୍ସଙ୍କ ଆନ୍ଦୋଳନକୁ ଜିଲ୍ଲା ବିଜେପି ସମର୍ଥନ ଜଣାଇ ସାମିଲ ହୋଇଛି

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ସ୍ଥାୟୀ ନିଯୁକ୍ତି ଦାବିରେ ଏମ୍‌କେସିଜି ମେଡ଼ିକାଲ୍ ନିକଟରେ ଧାରଣା ଦେଇଥିବା ଷ୍ଟାଫନର୍ସଙ୍କ ଆନ୍ଦୋଳନକୁ ଜିଲ୍ଲା ବିଜେପି ସମର୍ଥନ ଜଣାଇ ସାମିଲ ହୋଇଛି। ସୂଚନାଯୋଗ୍ୟ ଏମ୍‌କେସିଜି କୋଭିଡ଼୍ ହସ୍‌ପିଟାଲ୍‌ରେ କାର୍ଯ୍ୟରତ ଥିବା ଷ୍ଟାଫନର୍ସମାନେ ଦୀର୍ଘ ୭ ମାସ ହେବ କରୋନା ଡ଼୍ୟୁଟି କରୁଛନ୍ତି। କିନ୍ତୁ ସରକାର ସେମାନଙ୍କୁ ସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା ନ କରି ନୂଆ ନିଯୁକ୍ତି ନେଇ ବିଜ୍ଞାପନ ବାହାର କରିଛନ୍ତି। ଫଳରେ ସେମାନେ ଦିନରାତି ପରିଶ୍ରମ କରି କୋଭିଡ଼୍ ଡ଼୍ୟୁଟି କରିଥିବାବେଳେ ପାଠ ପଢ଼ିବାକୁ ସମୟ ହିଁ ପାଇନାହାନ୍ତି। କିଛି ନର୍ସ ଭଲ ଚାକିରି ଛାଡ଼ି ଜନସାଧାରଣଙ୍କ ସେବା ପାଇଁ ଏଠାକୁ ଆସି ଦିନରାତି ପିପିଇ କିଟ୍ ପିନ୍ଧି କାର୍ଯ୍ୟ କରୁଥିଲେ। ଏପେଟ ଏମ୍‌କେସିଜିରେ ମଧ୍ୟ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିବାରୁ ସେମାନଙ୍କୁ ପ୍ରଥମେ ଚୟନ କରାଯିବା ପରେ ଅନ୍ୟମାନଙ୍କୁ କରାଯାଉ ବୋଲି ଦାବି କରିଛନ୍ତି। ଏହି ଆନ୍ଦୋଳନକୁ ଆଜି ବିଜେପିର କର୍ମକର୍ତ୍ତମାନେ ସମର୍ଥନ ଜଣାଇ ଧାରଣା ସ୍ଥଳରେ ପହଞ୍ଚିଥିଲେ। ଷ୍ଟାଫନର୍ସମାନଙ୍କୁ ଦାବି ଯୁକ୍ତିଯୁକ୍ତ ଏବଂ ଖୁବ୍‌ଶୀଘ୍ର ସରକାର ସେମାନଙ୍କ ଦାବି ପୂରଣ କରିବାକୁ ବାଧ୍ୟ ବୋଲି କହିଥିଲେ।ଏହି ବିକ୍ଷୋଭରେ ବିଜେପିର ଜିଲ୍ଲା ଉପସଭାପତି ପ୍ରବୀର ପାତ୍ର, ଚିନ୍ମୟାନନ୍ଦ ଦାଶ, ସିଦ୍ଧାନ୍ତ ଗଙ୍ଗଦେବ, ଏସ୍‌. ରାଣୀ, ବାଳକୃଷ୍ଣ ସାମନ୍ତରା, ଶିବ ନାୟକ, ବିନାୟକ ରଥ, ତୁମ୍ବେଶ୍ୱର ନାୟକ, ବିକାଶ ପାଣିଗ୍ରାହୀ, ରାଜିବ ମିଶ୍ର, ଜଗଦିଶ ପ୍ରଧାନ, ଆଲୋକ ଶତପଥୀ, ବାବୁଲା ପାତ୍ର, ସୋମନାଥ ରେଡ଼ି, ଶ୍ରୀନୁ ରାଓ, ଟୁଙ୍ଗୁରୁ ପାତ୍ର, ପ୍ରଦୀପ ମିଶ୍ର, ମଧୁସୁଦନ ସାହୁ, ଗୌରୀ ମହାନ୍ତି, ପି. ରାଜେନ୍ଦ୍ର କୁମାର ପ୍ରମୁଖ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ