ଷ୍ଟେଟବ୍ୟାଙ୍କ ପେନସନର୍ସ ଆସୋସିଏସନର ଆଞ୍ଚଳିକ ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଷ୍ଟେଟବ୍ୟାଙ୍କ ପେନସନର୍ସ ଆସୋସିଏସନର କେନ୍ଦ୍ରାପଡା ଠାରେ ଏକ ଆଞ୍ଚଳିକ ବୈଠକ ନବ ନିର୍ବାଚିତ ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ବରିଷ୍ଠ ସଦସ୍ୟ ହରିପଦ ପଣ୍ଡା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଆସୋସିଏସନର ଦିବଗଂତ ସଦସ୍ୟମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ନବ ନିର୍ବାଚିତ ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରତିନିଧି ଉଦୟନାଥ ସାହୁଙ୍କୁ ସଙ୍ଘର ବରିଷ୍ଠ ସଦସ୍ୟ ଅତୁଲ ଚନ୍ଦ୍ର ଗିରି ଓ ଦୁର୍ଯ୍ୟୋଧନ ସେଠୀ ପୁଷ୍ପମାଲ୍ୟ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଆଞ୍ଚଳିକ ସମ୍ପାଦକ ଶ୍ରୀ ମେକାପ ଆସୋସିଏସନର କାର୍ଯ୍ୟାବଳୀ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ଏହି ବୈଠକରେ ଶରତ କୁମାର ମୁଦୁଲି, ପ୍ରହଲ୍ଲାଦ ମହାରଣା, ଫକୀର ମୋହନ ବେହେରା, ରବିନ୍ଦ୍ରନାଥ ପଣ୍ଡା, ବିଶ୍ୱକେତନ ଦାସ, ଶୁକଦେବ ଦାସ, ନିତ୍ୟାନନ୍ଦ ମହାନ୍ତି, ଡକ୍ଟର ଦଲ୍ଲ୍‌ିପ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ