ସଂକ୍ରମଣ ହାର ସ୍ଥିର, ଆଗାମୀ ତିନି ମାସ ଗୁରୁତ୍ୱପୂର୍ଣ୍ଣ- ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର, (ୱାଇଏନ୍‍ଏସ୍‍): ରାଜ୍ୟରେ ବର୍ତମାନ କରୋନା ସଂକ୍ରମଣ ସ୍ଥିର ରହିଛି । ତେବେ ଆଗାମୀ ତିନି ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ ବର୍ତମାନ କରୋନା ନେଇ ରାଜ୍ୟରେ ଯାହା ସ୍ଥିତି ଅଛି ଆକ୍ଟିଭ କେସ, ହସ୍ପିଟାଇଲାଇଜେସନ କମୁଛି, ମୃତ୍ୟୁସଂଖ୍ୟା କମିଛି, ଏବଂ ଆଇସିୟୁରେ ମଧ୍ୟ ରୋଗୀଙ୍କ ସଂଖ୍ୟା କମୁଛି । ରାଜ୍ୟରେ ଦୈନିକ ସଂକ୍ରମଣ ହାରାହାରି ୫୦୦ ରୁ ୬୦୦ ଭିତରେ ରହୁଛି । । ସେ କହିଛନ୍ତି ଯେ ଅନ୍ୟ ସ୍ଥାନ ଅପେକ୍ଷା ଭୁବନେଶ୍ୱର ଓ କଟକରେ ଟିକିଏ ଅଧିକ ରହୁଛି । ଯେହେତୁ ଓଡ଼ିଶାର ସବୁ ବଡ଼ ବଡ଼ ହସ୍ପିଟାଲ ଏଠି ରହିଛି, ସେଥିପାଇଁ ଏଠି ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି । ବର୍ତମାନ ସବୁ ହସ୍ପିଟାଲରେ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରି ଦିଆଯାଇଛି । ତେବେ ବର୍ତମାନ ସ୍ଥିତି ସ୍ଥିର ଅଛି । କିନ୍ତୁ ଆଗାମୀ ତିନି ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ତିନି ମାସ ଆମକୁ ଯଥେଷ୍ଟ ସଚେତନ ରହିବାକୁ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ