ସଂସଦ ଭବନରେ ରାହୁଲଙ୍କ କାରନାମା ନେଇ ତେଜିଛି ବିବାଦ
ମାଲକାନାଗିରି (ଆରୋପ) ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହାତ ହେବା ଘଟଣାର ରାଜ୍ୟ ବ୍ୟାପି ବିବାଦ ଜୋର ଧରିଛି। ରାହୁଲ ଗାନ୍ଧୀଙ୍କ ଏଭଳି ଆଚରଣ କୁ ନେଇ ଏବେ ବିଭିନ୍ନ ସ୍ଥାନରେ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ କରାଯାଇଛି। ରାହୁଲ ଘଟାଇଥିବା ଘଟଣା ନେଇ ସର୍ବସମ୍ମୁଖରେ ଭୁଲ୍ ଶିକାର କରନ୍ତୁ କିଛି ଏଭଳି ନାରାବାଜି ମଧ୍ୟ କରାଯାଉଛି। ଗତ ୧୯ ତାରିଖ ସଂସଦ ଭବନରେ ରାହୁଲ ଗାନ୍ଧୀ ଅନ୍ୟ ଜଣେ ସାଂସଦ ଙ୍କୁ ଠେଲି ଦେବା ଘଟଣାର ବାଲେଶ୍ବର ସାଂସଦଙ୍କ ଉପରେ ଆସି ପଡ଼ିଥିଲା। ଯାହାଫଳରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହାତ ହୋଇଥିଲେ। ଆହତ ଅବସ୍ଥାରେ ଉଭୟ ସାଂସଦ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ। ଆଉ ଏଭଳି ଘଟଣା କୁ ବିରୋଧ କରି ଆଜି ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ବିଜେପି ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯେଉଁଥିରେ ଜିଲ୍ଲା ବିଜେପିର ସମସ୍ତ କର୍ମକର୍ତ୍ତା ସାମିଲ୍ ହେବା ସହିତ ବିରାଟ ଶୋଭାଯାତ୍ରା କରି ନାରାବାଜି ଦେଇ କଂଗ୍ରେସ ଭବନ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା କୁ ଦାହ କରିଛନ୍ତି। ଏବଂ ଏହି ଘଟଣା କୁ ନେଇ ରାହୁଲ ଗାନ୍ଧୀ କ୍ଷମାପ୍ରାର୍ଥନା କରନ୍ତୁ, ଏପରିକି ଏଭଳି ଘଟଣା ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି ବିଜେପିର କର୍ମକର୍ତ୍ତା।