ସଙ୍କଟରେ କମଲନାଥ ସରକାର : ଶୁକ୍ରବାର ୫ଟା ସୁଦ୍ଧା ଆସ୍ଥା ଭୋଟ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ କମଲନାଥ ସରକାରଙ୍କମ ପାଇଁ ସଙ୍କଟ ଥମିବାର ନାମ ନେଉନାହିଁ । କୋରୋନା କାରଣରୁ ମଧ୍ୟପ୍ରଦେଶ ବିଧାନସଭାର ଅଧିବେଶନକୁ ବନ୍ଦ ରଖାଯାଇଥିବା ବେଳେ ଆସନ୍ତା କାଲି ଅପରାହ୍ନ ୫ଟା ସୁଦ୍ଧା ଆସ୍ଥା ଭୋଟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ବଜେଟ ଅଧିବେଶନକୁ ୧୦ ଦିନ ପାଇଁ ବନ୍ଦ କରାଯିବା ପରେ ବିଜେପି ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଗୁରୁବାର ସର୍ବୋଚ୍ଚ କୋର୍ଟ ମାମଲାର ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ଆସ୍ଥା ଭୋଟର ଭିଡିଓ ରେକର୍ଡିଂ କରାଯିବ ଏବଂ ସିଧା ପ୍ରସାରଣ ମଧ୍ୟ କରାଯିବ ବୋଲି ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ୨୨ ଜଣ ବିଧାୟକ ଏବଂ କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ପ୍ରଦାନ କରିବା ପରେ କମଲନାଥ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲେ । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶର ୬ ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଥିବାରୁ ବର୍ତ୍ତମାନ ଆସ୍ଥା ଭୋଟରେ ବିଜୟୀ ହେବା ପାଇଁ ବିଜେପିକୁ ୧୧୨ ସଦସ୍ୟ ଆବଶ୍ୟକ । ତେବେ ବିଜେପି ନିକଟରେ ୧୦୭ ଜଣ ବିଧାୟକ ରହିଥିବାରୁ ବାକି ୧୬ ବିଧାୟକଙ୍କ ସମର୍ଥନ ବର୍ତ୍ତମାନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ