ସଙ୍ଗୀତଜ୍ଞ ତଥା ଆୟୁର୍ବେଦାଚାର୍ଯ୍ୟଙ୍କ ବିୟୋଗରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଭକ୍ତି ସଙ୍ଗୀତ ସଂସଦ ଓ ପୂଣ୍ୟତୀର୍ଥ ସାହିତ୍ୟ ସଂସଦର ମିଳିତ ଆନୁକୁଲ୍ୟରେ ଭାଗୀରଥୀ ପାଢି ସ୍ମୃତି କଳା ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ସଙ୍ଗୀତଜ୍ଞ ତଥା ଆୟୁର୍ବେଦାଚାର୍ଯ୍ୟ ସ୍ୱର୍ଗତ ଗୋଷ୍ଠଚନ୍ଦ୍ର ପାତ୍ରଙ୍କ ବିୟୋଗରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥଙ୍କ ସଭାପତିତ୍ବରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ମହନ୍ତ ଶ୍ରୀ ରାମାନନ୍ଦଜୀ, ସମ୍ମାନିତ ଅତିଥି ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦେଇ ସ୍ୱର୍ଗତ ପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ନିଜ ବକ୍ତବ୍ୟରେ ସଙ୍ଗୀତ ଓ ଆୟୁର୍ବେଦ ଜଗତର ଏକ ତାରକା ପାରଳା ମାଟିରୁ ବିଦାୟ ନେଇଥିବା ପ୍ରକାଶ କରିଥିଲେ । ଆଡଭୋକେଟ ହୀରାଚାନ୍ଦ ଯୋଗଦେଇ ସ୍ୱର୍ଗତ ପାତ୍ରଙ୍କ ପରିବାର, ରୋଗୀସେବା ତଥା ସଙ୍ଗୀତ ଶିକ୍ଷାଦାନ ବିଷୟରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । ସେହିପରି ଶ୍ରୀମତି ଆଶାଲତା ପାଣିଗ୍ରାହୀ, ଡ. କଲ୍ୟାଣୀ ମିଶ୍ର, ଶ୍ରୀମତି ଈତିଶ୍ରୀ ମହାପାତ୍ର, ଶ୍ରୀମତି ସ୍ନିଗ୍ଧା ମିଶ୍ର, ସୁଶ୍ରୀ ମାତଙ୍ଗୀନି ଗୁରୁ, ଶ୍ରୀ କୈଳାସ ଗୌଡ,ଶ୍ରୀ ରବୀନ୍ଦ୍ରନାଥ ପାଢୀ, କୁଞ୍ଜ ବିହାରୀ ବଡକୁମର, ଶ୍ରୀ ହେମନ୍ତ ପଟ୍ଟନାୟକ ଯୋଗଦେଇ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେ ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଗୁରୁ ରଘୁନାଥ ପାତ୍ରଙ୍କ ବଡ ଭ୍ରାତା ଅଟନ୍ତି। ଭକ୍ତି ସଙ୍ଗୀତ ସଂସଦ ଅନୁଷ୍ଠାନର କାର୍ୟ୍ୟକାରୀ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।


