ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ନୂତନବର୍ଷର ପ୍ରଥମ ସାହିତ୍ୟ ଆସର
ବାଙ୍ଗାଲୋର (ଯୁଗାବ୍ଦ ନ୍ୟୁଜ) : ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ନୂତନ ବର୍ଷର ପ୍ରଥମ ସାହିତ୍ୟ ଆସରଟି ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସାହିତ୍ୟ ଆସର ବାଙ୍ଗାଲୋର ସାହିତ୍ୟ ସମାଜର ଉଦ୍ୟୋକ୍ତା ତାପସ ରାଜ୍ ଏବଂ ବିଶ୍ୱଭାରତୀ ଗୋସ୍ୱାମୀଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା । ଏଥିରେ ବିଶିଷ୍ଟ ସାହିତ୍ୟିକ କ୍ଷୀରୋଦ ଚନ୍ଦ୍ର ବେହେରା, ଅନୁରୂପା ସିଂ, ଦୁର୍ଗେଶ ନନ୍ଦିନୀ ଓ ମାଲେସିଆରୁ ଯୋଡ଼ି ହୋଇଥିଲେ ବୀଣାପାଣି ପ୍ରଧାନ । ଭକ୍ତି ସଂଗୀତ ପରିବେଷଣ ରୁ ଆରମ୍ଭ ହୋଇଥିବା ବେଳେ ଆଲୋଚନାର ବିଷୟ ବସ୍ତୁ “ସମୟ” କୁ ନେଇ ଏହି ଆସରଟି ଅନୁଷ୍ଠିତ ହୋଇଥିଲା । ଏହାକୁ ସଭାପତିତ୍ୱ କରିଥିଲେ ବିଶିଷ୍ଟ ବୈଜ୍ଞାନିକ ତଥା ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ପ୍ରାଣକର୍ତ୍ତା ତଥା ସଭାପତି କାର୍ତ୍ତିକ ସ୍ୱାଇଁ । ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା “ଚଳାପଥ“ ର ପ୍ରମୁଖ ହଳଧର ଧୀର ଯୋଗଦେଇଥିବା ବେଳେ ବିଶିଷ୍ଟ ଗାଳ୍ପିକା ପାରମିତା ଷଡଙ୍ଗୀ ସମୀକ୍ଷକ ଭାବେ ଯୋଗ ଦେଇ ପତ୍ୟେକଟି ଗଳ୍ପ ଓ କବିତା ଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ବିଶ୍ୱଭାରତୀଙ୍କ ଜଣାଣରୁ ଆସରଟି ଆରମ୍ଭ ହୋଇଥିବା ବେଳେ କବି କାର୍ତ୍ତିକ ସ୍ୱାଇଁ, ପାରମିତା ଷଡଙ୍ଗୀ, ବାଲ୍ମୀକି ନାୟକ, ପ୍ରଶାନ୍ତ କୁମାର ନାଥ, ବିଶ୍ୱରଞ୍ଜନ ଗୋସ୍ୱାମୀ, ସୁଜାତା ମହାପାତ୍ର, ଲୋପମୁଦ୍ରା ପରିଡା, ଗିରିଧାରୀ ଧଳ ଆଦି କବିତା ପାଠ କରିଥିବା ବେଳେ ଗାଳ୍ପିକା ସୁସ୍ମିତା ମହାପାତ୍ର, ସୁଷମା ପରିଜା, ବିଶ୍ୱଭାରତୀ ଗୋସ୍ୱାମୀ ଗଳ୍ପ ପାଠ କରିଥିବା ବେଳେ ତାପସ ରାଜ ଧନ୍ୟବାଦ ଅର୍ପଣ କରି ଆସରଟିର ସମାପନ କରିଥିଲେ ।


