ସଟ ଡାଉନ୍ ବେଲଗୁଣ୍ଠା

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଦିନକୁ ଦିନ କରୋନା ଭାରତରେ କାୟା ବିସ୍ତାର କରିଚାଲିଛି ।ଓଡ଼ିଶାରେ କରୋନ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ କରୋନା ପଶିସାରିଥିବା ବେଳେ ଗଞ୍ଜାମ ଏହାର ସଂଖ୍ୟା ପାଖାପାଖି ୬୦୦ ।ଓଡିଶା ପାଇଁ ଜୁନ୍ ମାସ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଞ୍ଜାମ ସମେତ ୧୧ଟି ଜିଲ୍ଲାରେ ଜୁନ ମାସର ସମସ୍ତ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।ଏଥିପାଇଁ ଜୁନ୍ ମାସର ସପ୍ତାହାନ୍ତ ସଟ୍ ଡାଉନ୍ ର ପ୍ରଥମ ଦିନରେ ବେଲଗୁଣ୍ଠା ସହର ସମେତ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ରୁପେ ଜନଶୁନ୍ୟ ଦେଖିବାକୁ ମିଳିଥିଲା ।ସହରର କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଥିଲା ।ମୁଖ୍ୟ ବଜାର ହାଟପଦା ଓ ବାଙ୍କବଜାର ସମେତ ସମସ୍ତ ସାହି ମଧ୍ୟ ଶୁନଶାନ୍ ହୋଇଯାଇଥିଲା ।ଏଥିପାଇଁ ପୁର୍ବରୁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ଶନିବାର ଓ ରବିବାର ଦିନ ଔଷଧ ଦୋକାନ ଛାଡି ଅନ୍ୟ ସମସ୍ତ ଦୋକାନ ବନ୍ଦ କରିବା,ଅତ୍ୟନ୍ତ ଜରୁରୀ କାମ ନ ଥିଲେ ଲୋକମାନେ ବାହାରକୁ ନ ବାହାରିବା ପାଇଁ ସୁଚନା ଦିଆଯାଇଥିଲା ।ଆଜି ସକାଳୁ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ଅତିରିକ୍ତ ତହସିଲଦାର ତଥା ନିର୍ବାହୀ ଅଧିକାରୀ ଧରଣୀଧର ବେହେରା, ଫାଣ୍ଡି ପୋଲିସ,ଏ.ବି.ଇ.ଓ ପ୍ରଶନ୍ନ କୁମାର ବେହେରା,ପରିଷଦର କର୍ମଚାରୀ ବାବୁଲା ଗୌଡ,ସୁଶାନ୍ତ କୁମାର ମିଶ୍ର,ମହେନ୍ଦ୍ର ଦାସ ପ୍ରମୁଖ ବେଲଗୁଣ୍ଠା ହାଟପଦାରେ ଉପସ୍ଥିତ ରହି କିଛି ଅମାନିଆଙ୍କୁ ସଚେତନ କରାଇବା ସହ ବ୍ଳକିଂ କରିଥିଲେ ।ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ବେଲଗୁଣ୍ଠା ପୋଲିସ ସହରରେ ପେଟ୍ରୋଲିଂ କରୁଥିବା ଲକ୍ଷ୍ୟ କରାଯାଇଥିଲା ।ଆଗାମୀ ଦିନରେ ଯଦି ସରକାରଙ୍କ ନିୟମ ନ ମାନନ୍ତି ତେବେ ଅମାନିଆଙ୍କ ଠାରୁ ସରକାରଙ୍କ ଧାର୍ଯ୍ୟ ଜୋରିମାନା ଆଦାୟ କରାଯିବ ବୋଲି ତହସିଲଦାର ସରୋଜ କୁମାର ବେହେରା ପ୍ରକାଶ କରିଛନ୍ତି ।ଶୁକ୍ରବାର ସଂଧ୍ୟା ୭ଟା ପରେ ଦୋକାନ ବନ୍ଦ ନ କରି ଏବଂ ସାମାଜିକ ଦୁରତ୍ୱ ରକ୍ଷା ନକରି ବ୍ୟବସାୟ କରୁଥିବା କିଛି ଦୋକନୀଠାରୁ ନିର୍ବାହୀ ଅଧିକାରୀ ଧରଣୀଧର ବେହେରା ଜୋରିମାନା ଆଦାୟ କରିଥିବା ପ୍ରକାଶ କରିଛନ୍ତି । ସେହିପରି ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଗାଙ୍ଗପୁର,ଗୋବରା,କ୍ଷତ୍ରିୟ ବରପୁର, ବଡବୋରସିଂ ଅଞ୍ଚଳ ମଧ୍ୟ ସଟ୍ ଡାଉନ୍ ଯୋଗୁଁ ଜନଶୁନ୍ୟ ହୋଇଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ