ସତସାଇ ଆରଧନା ଦିବସ ପାଳନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :ବାଲିଗୁଡାର ସତ୍ୟାସାଇ ମନ୍ଦିର ପରିସରରେ ସାଇ ।ାରଧନା ଦିବସ ପାଳନ କରାଯାଇଛି । ପ୍ରାତଃରୁ ଓଁକାର, ସୁପ୍ରଭାତମ, ନଗର ସଂକୀର୍ତନ ଓ ମନ୍ଦିର ପରିସରରେ ସେବା କାମ କରାଯାଇଥିଲା । ଏହାପରେ ସକାଳ ୮ଟାରେ ପ୍ରଶାନ୍ତି ପତାକା ଉତୋଳନ ସହ ଷୋଢସ ଉପଚାର ପୁଜା, ଜରାଶ୍ରମରେ ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟନ, ଅଖଣ୍ଡ ରୁଦ୍ରମ ପଠନ କରାଯାଇ ଥିଲା,ନାରାୟଣ ସେବା କରିବା ପରେ ସଂନ୍ଧ୍ୟା ସମୟରେ ସମୁହ ଦୀପଦାନ,ଭଜନ,ସର୍ବଧର୍ମ ପ୍ରାର୍ଥନ.ନୀରବ ପ୍ରାଥନା,ଜ୍ୟୋତି ଆବାହନ, ବାଙ୍କ ପାଦପଦ୍ମରେ କୃତଜ୍ଞତାର ଚିଠିଅର୍ପଣ, ଆରାଧନାନ ସଂଗିତ, ପୁଜ୍ୟରାଜ୍ୟ ସଭାପତିଙ୍କ ଅଡିଓ ବାର୍ତା, ସତସଙ୍ଗ ସହ ଆଳତୀ କରାଯାଇଥିଲା । ସତସଙ୍ଗରେ ଜିଲ୍ଲା ସଭାପତି ଡଃ ମଧୁସୁଦନ ମହାପାତ୍ର ସାଇାବାବଙ୍କୁ ଆବାହନ କର ଅନୁପ୍ରାଣିତ କର, ସଂପୃକ୍ତ ହୁଅ ଓ ବିକଶିତ ହୁଅ ଉପରେ ଆଲୋକପାତ କରଥିଲେ । ସମିତି ଆବାହକ ସୁରେନ୍ଦ୍ର ନାନଥ ସାହୁ, ରାଜେନ୍ଦ୍ର ପାତ୍ର, ନଳିନୀକାନ୍ତ ରଥ, ମନ୍ମଥ କୁମାର ରାଉଳ, ସସ୍ମିତା ପଣ୍ଡା, ଦୀପ୍ତିମଂଜରୀ ପାଣିଗ୍ରାହୀ, ଏ ଜ୍ୟୋତିରାଣି, ଲକ୍ଷ୍ମିପ୍ରୀୟା ପାତ୍ର ସମେତ ସମସ୍ତ ସାଇ ଆଶ୍ରିତ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ