ସତ୍ୟ ସାଇ ଗ୍ୟାସ ଏଜେନ୍ସି ବିରୋଧରେ ଦୁର୍ନୀତି ଅଭିଯୋଗ
କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ସହରରେ ଥିବା ସତ୍ୟ ସାଇ ଏଜେନ୍ସିର ଦୁର୍ନୀତି ଦିନକୁ ଦିନ ବଢ଼ିବାରେ ଲାଗିଛି | ଗାରିଆଗୁଡା ଗ୍ରାମର ଶ୍ରୀନୁ ନାମକ ଜଣେ ବ୍ୟକ୍ତି ୨୧ ତାରିଖରେ ଏକ ଗ୍ୟାସ ସିଲିଣ୍ଡର ଉକ୍ତ ଏଜେନ୍ସିରୁ ଆଣିଥିଲେ | ତେବେ ଉକ୍ତ ସିଲିଣ୍ଡରରେ ଠିକ ଭାବରେ ସିଲ ପଡ଼ିଥିଵା ବେଳେ ସିଲିଣ୍ଡରରେ କିଛି ଭି ଗ୍ୟାସ ନଥିଲା ବୋଲି ଜଣାଇଛନ୍ତି | କାଶୀନଗର ଉପଭୋକ୍ତା ଅଧିକାର ସୁରକ୍ଷା ସମିତି ସଭାପତି ରାଜେଶ ପଟନାୟକ ଅଭିଯୋଗ ପାଇବା ପରେ ଉକ୍ତ ଗ୍ୟାସ କାର୍ଯ୍ୟାଳୟକୁ ଯାଇ ଅନ୍ୟ ଏକ ଭର୍ତି ଗ୍ୟାସ ସିଲିଣ୍ଡର ଦେବାକୁ କହିଥିଲେ | ତେବେ ପୁଣି ଟଙ୍କା ଠାରୁ ୩୫୦ ଟଙ୍କା ନେଇ ତାଙ୍କୁ ସିଲିଣ୍ଡର ଦିଆଯାଇଥିବା ଅଭିଯୋଗ ହେଉଛି | ଏଠାରେ ପ୍ରକାଶ ଯୋଗ୍ୟ ଯେ ପ୍ରଥମେ ସେ ସିଲିଣ୍ଡର ନେବା ବେଳକୁ ଗ୍ୟାସ ଏଜେନ୍ସିକୁ ୬୪୦ ଟଙ୍କା ଦେଇଥିଲେ | ପୂର୍ବରୁ ଏଜେନ୍ସି ପରିଚାଳକଙ୍କ ସହ ଉପଭୋକ୍ତାଙ୍କ ଆଗରେ ହିଁ ସିଲିଣ୍ଡର ଓଜନ କରି ଦେବାକୁ ପରାମର୍ଶ ଦିଆଯାଇଥିଲା | କିନ୍ତୁ ପରିଚାଳକ ତାହା ନ ମାନି ଓଲଟା ଉପଭୋକ୍ତା ମାନଙ୍କୁ ନିଜେ ଓ କର୍ମ ଚାରିଙ୍କ ଦ୍ୱାରା ଅପମାନିତ କରୁଛନ୍ତି ବୋଲି ଅଭିଯୋଗ ହୋଇଛି | ବ୍ଲକ ସମିତି ତରଫରୁ ଗଜପତି ଜିଲ୍ଲା ଉପଭୋକ୍ତା ଅଧିକାର ସୁରକ୍ଷାର ସମିତିର ସଭାପତି ପ୍ରଶାନ୍ତ ମିଶ୍ରଙ୍କୁ ଅବଗତ କରାଯାଇଛି | ଉପଭୋକ୍ତାଙ୍କ ତରଫରୁ ଏକ ବଡ ଧରଣର ଆନ୍ଦୋଳନ ହେବ ନିଶ୍ଚିତ ବୋଲି ବୋହୁ ଉପଭୋକ୍ତା କହିଛନ୍ତି |


