ସଦର ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଦେଶବ୍ୟାପୀ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ପରିକ୍ଷିତ ହୋଇଛି । ଶନିବାର ଅପରାହ୍ଣରେ ସଦର ବିଜେପି ପକ୍ଷରୁ ୫ଶହ ଫୁଟ ଲମ୍ବର ତ୍ରିରଙ୍ଗା ଯାତ୍ରା ସିନେମାଛକରୁୁ ବାହାରି ସହର ପରିକ୍ରମା କରିଥିଲା । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ମାନସ ଦତଙ୍କ ନେତୃତ୍ୱରେ ଆୟୋଜିତ ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ସୁଷମା ବିଶ୍ୱାଳ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର ଓ ଗୌରାଙ୍ଗ ଦାସ, ସୋର ମ୍ୟୁନିସିପାଲଟି ଚେୟାରମେନ ମାଧବ ଧଡା, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ଦୁକୁଲ ଘୋଡେଇ, ବରିଷ୍ଠ ଆଇନଜୀବି ବୈଲୋଚନ ଦାଶ, କାଉନସିଲର ରୋଜାଲିନ ପାଣି, ଅନନ୍ତ ନାୟକ, ଲୋକନାଥ ଭୂୟାଁ, ପ୍ରବୀର ଶଙ୍କର ଦାଶ, ଚନ୍ଦ୍ର ଶେଖର ନନ୍ଦ, ମିହିର ପାଣି, ଉମେଶ ବେହେରା, ବଳରାମ ପାତ୍ର, ବିକାଶ ପାଢୀ, ରାଜେନ୍ଦ୍ର ଚାଟାର୍ଜୀ, ପବନ କମିଳା, ଦୁର୍ଗା ପ୍ରଧାନ, ସୌଭାଗ୍ୟମାନସ ନାୟକ, ହରେନ୍ଦ୍ର ପ୍ରଧାନ, ବିବେକାନନ୍ଦ ରାଉତ, ଅନନ୍ତ ଚାନ୍ଦ, ସଂଯୁକ୍ତା ମହାପାତ୍ର, ଶ୍ରୀୟା ଦାସ, ସୁସ୍ମିତା ସୁକ୍ଳା, ସୁସ୍ମିତା ପଣ୍ଡା, ସସ୍ମିତା ଦାଶ, ମଧୁଶ୍ରୀ ପଣ୍ଡା, ତରୁଲତା ମହାନ୍ତି, ମାନସ ସାହୁ, ମନ୍ମଥ ପାତ୍ର, ଜୀବନ ପାଣି ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ