ସବୁଜିମା ସୃଷ୍ଟି ନେଇ ବିହନ ଛିଞ୍ଚନ ସଚେତନତା କାର୍ୟ୍ୟକ୍ରମ
ଦିଗପହଣ୍ଡି,( ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଚାଙ୍ଗୁଡିଦେଇ ପାହାଡକୁ ସବୁଜିମା କରିବା ନେଇ ଗୁରୁବାର ପୂର୍ବାହ୍ନରେ ଆର୍ୟ୍ୟଭଟ୍ଟ ଫାଉଣ୍ଡେସନ୍ ପକ୍ଷରୁ ବିହନ ଛିଞ୍ଚନ ଓ ସଚେତନତା ସୃଷ୍ଟି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖେମୁଣ୍ଡି କଲେଜ ସହାୟତାରେ ମହାବିଦ୍ୟାଳୟର ଅଧକ୍ଷା ପ୍ରଣତି ପାତ୍ରଙ୍କ ସଭାପତିତ୍ୱରେ ସେଠାରେ ଏକ ଜନସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆର୍ୟ୍ୟଭଟ୍ଟ ଫାଉଣ୍ଡେସନ୍ର ସ୍ୱେତ୍ସାସେବୀ ଏବଂ ଖେମୁଣ୍ଡି କଲେଜ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ଉକ୍ତ ବିହନ ଛିଞ୍ଚନ ( ସିଡ୍ ସ୍କେଟେରିଂ) କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ । ମାନବ ଅଧିକାର ସୁରକ୍ଷା ସମିତି ରାଜ୍ୟ ସମ୍ପାଦିକା ସବିତା ସାହୁକାର ଏବଂ ଆର୍ୟ୍ୟଭଟ୍ଟ ଫାଉଣ୍ଡେସନ୍ର ମୁଖ୍ୟ ସୁଧିର କୁମାର ରାଉତ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ, ଏବଂ ବିଶ୍ୱ ତାପନର ଭୟାଭୟ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ । ପରେ ସମସ୍ତେ ମିଳିତ ଭାବରେ ଚାଙ୍ଗୁଡିଦେଇ ପାହାଡରେ ବୃକ୍ଷ ରୋପଣ କରିବା ସକାଶେ ବିଭିନ୍ନ ଔଷଧିୟ ଏବଂ ବିଶାଳ ବୃକ୍ଷ ବିହନ ବୁଣିଥିଲେ । ଗୁରୁବାର ୪୦ ହଜାର ବିହନ ବୁଣାଯାଇଥିବା ବେଳେ ସେଠାରେ ପରବର୍ତ୍ତୀ ସମୟରେ ଆଉ ୬୦ ହଜାର ବିହନ ବୁଣିବାକୁ ଲକ୍ଷ୍ୟ କରାଯାଇଥିବା କୁହାଯାଇଛି । ସେଠାରେ ବୃକ୍ଷ ଚାରା ହେବା ପରେ ସେଗୁଡିକର ଆବଶ୍ୟକୀୟ ରକ୍ଷଣା ବେକ୍ଷଣ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିବା ସୂଚନା ଦିଆଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିଦ୍ ଶ୍ୟାମସୁନ୍ଦର ଖାଡଙ୍ଗା, ଆଇନଜିବୀ ଅଞ୍ଜଳୀ ମହାନ୍ତି, ସୁଶାନ୍ତ ମହାନ୍ତି, ଭେଙ୍କେଟ ରତ୍ନମ୍ ରାଜୁ, ରାଜୀବ ବିଷୋୟୀ, ଆଦିତ୍ୟ ଦାସ, ଭୀମରାଜୁ ପାତ୍ର ପ୍ରମୁଖଙ୍କ ସମେତ ଚାଙ୍ଗୁଡି ଦେଇ ପାହାଡ ସ୍ଥିତ ମାଁ ଚାମୁଣ୍ଡେଶ୍ୱରୀ ମନ୍ଦିର ପରିଚାଳନା କମିଟିର ମିଲନ୍ କୁମାର ପାଣିଗ୍ରାହୀ, ଶଙ୍କର୍ଷଣ ରଥ, ମୁନା ବିଷୋୟୀ, ଖେମୁଣ୍ଡି କଲେଜର ଅଧ୍ୟାପକ ଅନୀଲ କୁମାର ସାହୁ, ବିବେକାନନ୍ଦ ଦୋରା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ୟ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । \n


