ସବ୍ ରେଜିଷ୍ଟ୍ରାର ଅଫିସରେ ପଶି ହତ୍ୟା ଉଦ୍ୟମ ମାମଲା: ଜଣେ ଅଭିଯୁକ୍ତ ଗିରଫ, ରକ୍ତଲଗା କାତି ଜବତ

ଦିଗପହଣ୍ଡି, (‌ୱାଇଏନ୍‌ଏସ୍‌): ଦିଗପହଣ୍ଡି ସବ୍ ରେଜିଷ୍ଟ୍ରାର ଅଫିସ ଭିତରେ ପଶି ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ ଜଣେ ଅଭିଯୁକ୍ତକୁ ସୋମବାର ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ଜି.ମୋହନ ରାଓ ଏବଂ ତାଙ୍କ ଘର ପାଟପୁର ଥାନା ଅନ୍ତର୍ଗତ ପୁଡାମାରୀ ଗ୍ରାମରେ। ମଙ୍ଗଳବାର ତାଙ୍କୁ ଦିଗପହଣ୍ଡି କୋର୍ଟରେ ହାଜର କରାଯିବା ପରେ ଜାମିନ ଆବେଦନ ନାମଞ୍ଜୁର ହୋଇଯିବାରୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।ପ୍ରକାଶ ଥାଉକି ଅଭିଯୁକ୍ତ ମୋହନ ତା’ର ଭାଇ ଜି.ଶଙ୍କର ସହ ମିଶି ଗତ ୫ ତାରିଖ  ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ ଟାରେ   ସବ୍ ରେଜିଷ୍ଟ୍ରାର ଦାୟିତ୍ବରେ ଥିବା ଦିଗପହଣ୍ଡି ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରାଙ୍କ କୋର୍ଟ ସମ୍ମୁଖରେ ଜମି ବିକ୍ରି ପାଇଁ ଆସିଥିବା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଉପାଧ୍ୟକ୍ଷା ତଥା ପୁଡାମାରୀ ଗ୍ରାମର ବି.ଜ୍ୟୋତି ରାଓ, ପୂର୍ବତନ ସରପଞ୍ଚ ରହିଥିବା ତାଙ୍କ ସ୍ବାମୀ ବି.ନାରାୟଣ ରାଓ ଏବଂ ଜ୍ୟୋତିଙ୍କ ବଡ ଭଉଣୀ ଗୋପାଳପୁର ଗ୍ରାମର ଏମ୍. ଶାରଦା ଠିଆ ହୋଇ ଦଲିଲ ପ୍ରେଜେଣ୍ଟେସନ କରୁଥିବା ବେଳେ ଆକସ୍ମିକ ଭାବେ ଅଭିଯୁକ୍ତ ମୋହନ ଓ ତାଙ୍କ ଭାଇ କାତି ସାହାଯ୍ୟରେ ସମସ୍ତଙ୍କୁ ଆକ୍ରମଣ କରିଥିଲେ।ଜମିଜମା ବିବାଦକୁ ନେଇ ଏହି ଆକ୍ରମଣ ହୋଇଥିବା ବେଳେ ଘଟଣା ପରେ ପୋଲିସକୁ ଚକମା ଦେଖାଇ ଦୁହେଁ ଫେରାର ହେବାରେ ସକ୍ଷମ ହୋଇଥିଲେ।ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରାଯାଇ ‌ସ୍ୱା‌ସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ସହ ପୋଲିସ ୮୧/୨୧ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ଘଟଣାରେ ବ୍ୟବହୃତ ରକ୍ତ ଲଗା ଦୁଇଟି କାତିକୁ ମଧ୍ୟ ଜବତ କରାଯାଇଥିବା ଆଇଆଇସି ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ