ସମଗ୍ର କନ୍ଧମାଳକୁ ଘେରିଲା କୁହୁଡି ଆସ୍ତରଣ:  ଫୁଲବାଣୀ ତଳକୁ ଦାରିଙ୍ଗବାଡି ଓ ବାଲିଗୁଡା 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ପାରଦ ଖସୁଛି। ଆଉ ଶୀତ ବଢୁଛି । ଏଥି ସହ କୁହୁଡି ଆସ୍ତରଣରେ ସମଗ୍ର କନ୍ଧମାଳ ରହୁଛି। ଗତ ଦୁଇଦିନ ହେଲା  ଶୀତ ବଢିଛି । ଏଥି ସହ କୁହୁଡି ଲାଗି ରହୁଛି। ସଂଧ୍ୟାରୁ ଶୀତ ସାଙ୍ଗକୁ କୁହୁଡି ପଡୁଛି । ସକାଳ ୯ଟା ପର୍ଯ୍ୟନ୍ତ ଲାଗି ରହୁଛି ଶୀତ ଓ କୁହୁଡି । ଆଜି ସକାଳୁ ୭ଟା ପର୍ଯ୍ୟନ୍ତ ଏଭଳି କୁହୁଡି ଆସ୍ତରଣ ରହିଥଲା। ରାସ୍ତାରେ ବାଟ ଦିଶୁ ନଥିଲା । ସକାଳ ୮ଟାରେ କୁହୁଡି ଟିକେ କମ ରହିଥିଲା। ୯ଟା ପର୍ଯ୍ୟନ୍ତ କୁହୁଡି ଲାଗି ରହିଥିଲା । ଯାହା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା।ସବୁଠାରୁ ବଡ କଥା ହେଲା ଆଜି ଦାରିଙ୍ଗବାଡିଠାରୁ ଫୁଲବାଣୀରେ ତାପମାତ୍ରା କମ୍ ରହିଛି । ଦାରିଙ୍ଗବାଡିର ତାପମାତ୍ରା ୧୦ ଡିଗ୍ରୀ। ଆଉ ଫୁଲବାଣୀର ତାପମାତ୍ରା ୮.୮କୁ ଖସିଛି । ବିଗତ ବର୍ଷ ମାନଙ୍କରେ ଦାରିଙ୍ଗବାଡିଠୁ ଫୁଲବାଣୀ ଥଣ୍ଡା ଅଧିକ ହୋଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଦାରିଙ୍ଗବାଡିଠୁ ଫୁଲବାଣୀର ତାପମାତ୍ରା କମ୍ ହୋଇଛି। ଫୁଲବାଣୀ ସବୁଠୁ ଥଣ୍ଡା ସହର । ଆଗକୁ ଶୀତର ପ୍ରକୋପ ବଢିବାର ଥିବାରୁ ଫୁଲବାଣୀ ଓ ବାଲିଗୁଡା  ସହରରେ ଅଧିକ କୁହୁଡି ଓ କାକର ପଡିବାର ସମ୍ଭାବନା ରହିଛି । ସମଗ୍ର କନ୍ଧମାଳ ଶୀତ ଓ କୁହୁଡି ଆସ୍ତରଣରେ ରହୁଥିବା ବେଳେ ଆଗକୁ କରୋନା ଭୟ ଆଶଙ୍କା ସୃଷ୍ଟି କରିଛି। କରୋନା ଭୟ ଥିଲେ ବି ଶୀତରୁ ମଜା ଉଠାଇବା ନିମନ୍ତେ ବହୁ ଲୋକ ଘରୁ ପଦାକୁ ବାହାରୁଛନ୍ତି । କିଏ ପ୍ରାତଃ ଭ୍ରମଣ କରୁଛନ୍ତି ତ ଆଉ କିଏ ବ୍ୟାୟାମ କରୁଛନ୍ତି । ଆଗକୁ ଶୀତ ଆହୁରି ବଢିବାର ଥିବାରୁ କନ୍ଧମାଳର ଗରିବ,ନିଃସହାୟ ଓ ଦିନ ମଜୁରି ଶ୍ରେଣୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢି ଯାଇଛି । ଏପଟେ କରୋନାକୁ ଭୟ। ସେପଟେ ଶୀତକୁ ଭୟ । ତେଣୁ ଅଧିକ ଶୀତ ଆସିବା ପୂର୍ବରୁ ଏମାନଙ୍କ ପାଇଁ ପ୍ରଶାସନ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ ହୋଇ ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ