ସମଗ୍ର ଶିକ୍ଷାର ବ୍ଲକ ସ୍ତରୀୟ କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ଧାରଣା

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):
ଓସେପା ଅଧିନସ୍ଥ ସମଗ୍ର ଶିକ୍ଷାର ବ୍ଲକ ସ୍ତରୀୟ ଏମ ଆଇ ଏସ ତଥା ପ୍ଲାନିଂ କୋରଡିନେଟର ଏବଂ ଏକାଉଣ୍ଟେଣ୍ଟ ତଥା ସହ କାରୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ମୟୁରଭଞ୍ଜ ଜିଲ୍ଲାର 82 ଜଣ କର୍ମଚାରୀ ମାନେ ଆଜି ମିଳିତ ଭାବରେ ମୟୁରଭଞ୍ଜ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ଏବଂ ଦରମା ବୃଦ୍ଧି ଦାବିରେ ଅନିର୍ଦ୍ଧିଷ୍ଟ କାଳ ଧାରଣରେ ବସିବା ସହିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି. ଅଭିଯୋଗ ମୁତାବକ ରାଜ୍ୟ ସରକାର ଦୀର୍ଘ 12ବର୍ଷ ତଳେ ଓସେପା ଅଧିନସ୍ଥ ସମଗ୍ର ଶିକ୍ଷାର ବ୍ଲକ ସ୍ତରୀୟ ପ୍ଲାନିଂ ପ୍ଲାନିଂ କୋରଡିନେଟର ତଥା ଏକାଉଣ୍ଟେଣ୍ଟ ପୋଷ୍ଟିଙ୍ଗ ହୋଇଥିଲେ. ପ୍ରଥମେ ଏକାଉଣ୍ଟେଣ୍ଟ ମାନଙ୍କୁ 5,200 ଟଙ୍କା ଏବଂ ଏମ ଆଇ ଏସ ମାନଙ୍କୁ 10 ହଜାର ଟଙ୍କା ଦରମା ମିଳୁଥିଲା ବର୍ତ୍ତମାନ ଏକାଉଣ୍ଟେଣ୍ଟ ମାନଙ୍କୁ 11ହଜାର 304 ଟଙ୍କା ଏବଂ ଏମ ଆଇ ଏସ ମାନଙ୍କୁ 14ହଜାର 10 ଟଙ୍କା ଦରମା ମିଳୁଛି. ଦୀର୍ଘ 12 ବର୍ଷ ବିତି ଯାଇଥିଲେ ମଧ୍ୟ ସରକାର ଅଦ୍ୟାବଧି ସେମାନଙ୍କୁ ନିୟମିତ କରିନାହାନ୍ତି. ଫଳରେ ଏହି କର୍ମଚାରୀ ମାନେ ବହୁ ହଇରାଣ ହୋଇ ପରିବାର ପ୍ରତିପୋଷଣ କରୁଛନ୍ତି. ପୂର୍ବର ବିଜେଡି ସରକାର ଚୁକ୍ତି ଭିତ୍ତିକ ନିଯୁକ୍ତି ଉଛେଦ କରିଥିବା ବେଳେ ଏହି କର୍ମଚାରୀଙ୍କ କ୍ଷେତ୍ରରେ ଏହା ଲାଗୁ ହୋଇ ନାହିଁ. ସରକାରଙ୍କ ଠାରେ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ବସିଛନ୍ତି ଏବଂ ଫେବୃୟାରୀ 1ତାରିଖ ସୁଦ୍ଧା ସରକାର ଦାବୀ ନଶୁଣିଲେ ଭୁବନେଶ୍ୱରରେ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଆନ୍ଦୋଳନକାରି ମାନେ କହିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ