ସମାଜସେବୀଙ୍କ ପରଲୋକ

ହାଟଡ଼ିହି (ସୌମ୍ୟରଂଜନ ଆଚାର୍ଯ୍ୟ): ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ଗୋପାଳପୁର ଗାଁର ମୁରବୀ ତଥା ସମାଜସେବୀ ପରମାନନ୍ଦ ରାଉତ(ଧୋବା)ଙ୍କ ୭୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତକାଲି ରାତିରେ ଖାଇ ଶୋଇବାକୁ ଯାଉଥିବା ସମୟରେ ହୃଦଘାତରେ ପରଲୋକ ଘଟିଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ ଖଗେଶ୍ୱର ରାଉତ, ମହେଶ୍ୱର ରାଉତ, ରାମେଶ୍ୱର ରାଉତ, ଝିଅ ଜ୍ୟୋତ୍ସ୍ନାରାଣୀ, ରଶ୍ମୀତା, କୁମୁଦୁନୀ, ବୋହୁ ତିରେସ୍କାଭା, ମୀରାବାଇ, ମମତା ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବରପାଇ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ନାରାୟଣ ବେହେରା, କୁଳମଣୀ ରାଉତ, ସୁଦର୍ଶନ ନାୟକ, ମୋହନ ଚକ୍ର, ବିଦ୍ୟାଧର ବେହେରା, ପ୍ରଶାନ୍ତ ଜେନା, କାଳନ୍ଦୀ ଜେନା, ଶ୍ରୀକାନ୍ତ ରାଉତ, ଶିଶିର ରାଉତ, ଶୁକେଶ ରାଉତ, ଅନାଦି ରାଉତ, ଚୈତନ ରାଉତ, ନର ବାରିକ, ପୁର୍ଣ୍ଣଚନ୍ଦ୍ର ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଖଗେଶ୍ୱର ରାଉତ ମୁଖାଗ୍ନି ଦେଇଥିବାବେଳେ ସମସ୍ତ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ