ସମାଜସେବୀ ପ୍ରଦୀପ୍ତ ପୋଲାଇ ସମ୍ମାନିତ
ଭୁବନେଶ୍ୱର, (ୱାଇଏନ୍ଏସ୍): ବିଶିଷ୍ଟ ସମାଜସେବୀ ପ୍ରଦୀପ୍ତ କୁମାର ପୋଲାଇ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ହୋଇଛନ୍ତି । ଶ୍ରୀଯୁକ୍ତ ପୋଲାଇ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଅବହେଳିତ ତଥା ନିରାଶ୍ରୟ ଭାବେ ଜୀବନ ଯାପନ କରୁଥିବା ଲୋକମାନଙ୍କ ନିକଟରେ ସେମାନଙ୍କ ସୁଖ ଦୁଃଖରେ ସାମିଲ ହେବା ସହିତ ସହଯୋଗର ହାତ ବଢାଇ ଆସୁଛନ୍ତି । ଏପରିକି ମହାମାରୀ କରୋନା ସମୟରେ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ଏକ ପ୍ରକାର ଭାଙ୍ଗିପଡ଼ିଥିବା ବେଳେ ଶ୍ରୀଯୁକ୍ତ ପୋଲାଇ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ନିକଟରେ ସେମାନଙ୍କୁ ମାସ୍କ, ସାନିଟାଇଜର, ସାବୁନ ଏବଂ ରନ୍ଧାଖାଦ୍ୟ ଆଦି ବଣ୍ଟନ କରି ସାଧାରଣ ଜନତାଙ୍କ ପ୍ରଶଂସାର ପାତ୍ର ସାଜିଥିଲେ । ଶ୍ରୀଯୁକ୍ତ ପୋଲାଇଙ୍କ ଏହି ଅବଦାନ ପାଇଁ ଚଳିତ ମାର୍ଚ୍ଚ ମାସ ଭୁବନେଶ୍ୱର ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ଚତୁର୍ଥ ଯଶୁଆପୁର ମହୋତ୍ସବରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି ।


