ସମାଜସେବୀ ନାରାୟଣଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ସତ୍ୟବାଦୀ ଯୁବ ସଂଗଠନ ପକ୍ଷରୁ ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ଓଡ଼ିଶା ଡିଜିଟାଲ ମିଡିଆ ସମ୍ମାନ ୨୦୨୪ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସାମାଜିକ କର୍ମୀ ପ୍ରକାଶ ହରିଚନ୍ଦନ, ବିଭୂତି ଭୂଷଣ କର ପ୍ରମୁଖଙ୍କ ଉପସ୍ଥିତିରେ ମହିମା ସେବା ଫାଉଣ୍ଡେସନର ସଭାପତି ତଥା ସମାଜସେବୀ ନାରାୟଣ ଖୁଂଟିଆଙ୍କୁ ସତ୍ୟବାଦୀ ଯୁବ ସଂଗଠନ ତରଫରୁ ପଂଚସଖା ସ୍ମୃତି ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଦୀର୍ଘ ୨୦ ବର୍ଷ ଧରି ଶ୍ରୀଯୁକ୍ତ ଖୁଂଟିଆ ଓଡ଼ିଆ ଭାଷା, ରକ୍ତଦାନ, ବୃକ୍ଷରୋପଣ, ଅସହାୟଙ୍କୁ ସହଯୋଗ କରିବା ପ୍ରମୁଖ କାର୍ଯ୍ୟ କରିଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ