ସମାଜସେବୀ ବିକ୍ରମାଦିତ୍ୟ ପଲାଇଙ୍କ ଦ୍ଵାଦଶାହ ରକ୍ତଦାନ ଶିବିରରୁ ୩୩ ୟୁନିଟ ରକ୍ତ ସଂଗୃହୀତ

ଗଞ୍ଜାମ, (ୱାଇଏନ୍ଏସ୍):ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମର ତଳ ସାହିରେ ବିଶିଷ୍ଟ ସମାଜସେବୀ ଯୁଗଦ୍ରଷ୍ଟା ସ୍ବର୍ଗତ ବିକ୍ରମାଦିତ୍ୟ ପଲାଇର ପୁଣ୍ୟ ଦ୍ୱାଦଶହା ଅବସରରେ ଗୋପୀନାଥ ଯୁବକ ସଂଘ ହୁମ୍ମା, ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତି ରମ୍ଭା ଏବଂ ଆମ ଓଡ଼ିଶାର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଗାୟତ୍ରୀ ପରିବାର ବରିଷ୍ଠ କର୍ଯ୍ୟକର୍ତା ଉମାକାନ୍ତ ସାହୁଙ୍କ ବେଦ ମନ୍ତ୍ର ଧ୍ୱନିରେ ଆରମ୍ଭ ହୋଇଥିବା ଏହି ଶିବିରକୁ ସ୍ବର୍ଗତ ପଲାଇଙ୍କ ପତ୍ନୀ ରଞ୍ଜିତ ପ୍ରଭା ପଲାଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ସୁଧୀର ଚନ୍ଦ୍ର ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ବ୍ଲକର ଉପାଧ୍ୟକ୍ଷ ପ୍ରତିନିଧି ରଙ୍କନିଧି ପ୍ରଧାନ, ଗୌରାଙ୍ଗପାଟଣା ଶାଖା ସଂଯୋଜକ ଶେଷଦେବ ବେହେରା, ରମ୍ଭା ଶାଖା ସଂଯୋଜକ ରବିନାରାୟଣ ସେନାପତି ପ୍ରମୁଖ ଯୋଗ ଦେଇଥିଲେ।ଏହି ଶିବିରରେ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଓଡ଼ିଶାରକ୍ତ ଭଣ୍ଡାର କର୍ମଚାରୀ ଚିନ୍ମୟ ବେହେରା, ଦିବାକର ତ୍ରିପାଠୀ ଦେବାଶିଷ ପଣ୍ଡା, ରାମହରି ପଣ୍ଡା, ଡମ୍ବୁରୁ ବାହାଦୂର କାରକିଙ୍କ ମାଧ୍ୟମରେ ବ୍ରହ୍ମପୁର ପଠାଯାଇଥିଲା। ଏହି ଶିବିରକୁ ଗୋପୀନାଥ ଯୁବକ ସଂଘ ର ସଭାପତି ଶରତ ଚନ୍ଦ୍ର ସାହୁ,ସଂପାଦକ ବାପି ସାହୁ, କୋଷାଧ୍ୟକ୍ଷ ତାରିଣୀ ପରିଡା, ଗତିକୃଷ୍ଣ ପଲାଇ, ଅଭିଷେକ ପଲାଇ, ଶାଶା ସୁଲଗ୍ନା ପଲାଇ,ଯୋଗେଶ ଚନ୍ଦ୍ର ସାହୁ, ଭିକାରି ପରିଡା, ବାବାଜୀ ସାହୁ ପ୍ରମୂଖ ପରିଚାଳନା କରିଥିଲେ।ସ୍ବର୍ଗତ ପଳାଇଙ୍କ ଦ୍ୱାଦଶାହକୁ ସ୍ମରଣୀୟ କରିବା ପାଇଁ ଗୋପୀନାଥ ଯୁବକ ସଂଘ ଦ୍ୱାରା ଆୟୋଜିତ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ସର୍ବଶ୍ରୀ ସୁନିଲ କୁମାର ବାରିକି, ପଙ୍କଜ କୁମାର ପଲାଇ,କେ. କାମେଶ୍ୱର ରେଡ୍ଡୀ, ମିଥୁନ ବେହେରା, ଅବିନାଶ ପରିଡା, ସନାତନ ପଲାଇ, ରଙ୍କନିଧି ପ୍ରଧାନ, ସୁରଜ ପ୍ରସାଦ ସାହୁ, କାଳିଆ ସାହୁ, ସନ୍ତୋଷ ପରିଡା, ସୁନିଲ ପଲାଇ, ଭିକାରି ସାହୁ,ପବିତ୍ର ଛାଟେଇ, କାଳିଆ ପରିଡା, ହିନ ସାହୁ, ନବୀନ ସାହୁ, ସ୍ୱାଧୀନ କୁମାର ତରାଇ, ବଳଭଦ୍ର ସାହୁ,ବବୁଲ ବିଶ୍ୱାଳ, ପିଙ୍କୁ ସାହୁ, ନିରଞ୍ଜନ ପ୍ରଧାନ, ତୋଫାନ ପଲାଇ, ସନାତନ ସାହୁ, ସମୀର କୁମାର ସାହୁ, ବାପି ସାହୁ, ତାରିଣୀ ଚରଣ ପରିଡା, ନରହରି ପଲାଇ, ଶ୍ରୀଧର ପ୍ରଧାନ, ଅନାଥ ପଲାଇ, ଜିତେନ୍ଦ୍ର ପଲାଇ, ଗଗନ ବେହେରା, ତପନ କୁମାର ସାହୁ ଓ ସଞ୍ଜୟ ପରିଡା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ଗାୟତ୍ରୀ ପରିବାର ଵିଶ୍ଵ ମଙ୍ଗଳ ଗୋ କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପଞ୍ଚାନନ ଖଟୁଆ ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୁରେଇବା ପାଇଁ ବୈସ୍ୱିକ ମହାମାରୀ କରୋନା କୁ ଖାତିର ନ କରି ସାମାଜିକ ଦୂରତ୍ୱ ରଖି ମାସ୍କ ପିନ୍ଧି ରକ୍ତଦାନ କରିଥିବାରୁ ସମସ୍ତ ରକ୍ତଦାତା,ଆୟୋଜକ ଓ ସ୍ବର୍ଗତ ପଲାଇଙ୍କ ପରିବାରକୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ