ସମାଜ ସେବୀ ଘନଶ୍ୟାମଙ୍କ ଏକାଦଶାହରେ ସ୍ମୃତିସଭା
ବାଲିକୁଦା,(ଅନସୂୟା ରାଉତ): ବାଲିକୁଦା ବ୍ଲକ ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତର ସହାଡା ଗ୍ରାମର ସ୍ବର୍ଗତ ଘନଶ୍ୟାମ ଭୋଇଙ୍କ ଏକାଦଶାହରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହରେକୃଷ୍ଣ ଦାସଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବେ ଶିକ୍ଷକ ମହେନ୍ଦ୍ର ରାଉତ ଯୋଗଦେଇ ସ୍ବର୍ଗତ ଭୋଇ ଙ୍କର ସମାଜସେବା ଓ ପରୋପକାରିତା ବିଷୟରେ ଆଲୋଚନା କରିଥିଲେ। ଏହି ସ୍ମୃତି ସଭାରେ ସମାଜ ସେବୀ ସଚୀକାନ୍ତ ଜେନା, ରବୀନ୍ଦ୍ର ସେଠୀ, ନିରଞ୍ଜନ ରାଉତ, ଅଜୟ ଦାସ, ହୃଷିକେଶ ସାହୁ, ଧନେଶ୍ଵର ରାଉତ ପ୍ରଭୃତି ଉପସ୍ଥିତ ରହି ସ୍ବର୍ଗତ ଭୋଇ ଙ୍କର ସମାଜସେବା କ୍ଷେତ୍ରରେ ଥିବା ସହଯୋଗ ବିଷୟରେ ଗୁଣଗାନ କରିଥିଲେ। ସ୍ମୃତି ସଭାକୁ ତାଙ୍କର ଦୁଇପୁତ୍ର ଜଗନ୍ନାଥ ଓ ବଳରାମ ଆୟୋଜନ କରିଥିଲେ।


