ସମ୍ବାଦଦାତା ସମ୍ମିଳନୀରେ କନ୍ଧମାଳ ବିଜେପିର ବିଷୋଦଗାର; କୁଆଡ଼େ ଗଲା ରାଜ୍ୟ ସରକାରଙ୍କ କାଳିଆ ଯୋଜନା 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଚାଷୀ ବିଲ୍, ପରୀ ହତ୍ୟା ମାମଲା ଓ କନ୍ଧମାଳରେ ମଣ୍ଡିଚାଲ ଅଭିଯାନକୁ ନେଇ  କନ୍ଧମାଳ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଯୁବ ବିଜେପି ନେତା ଅଜିତ୍ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜେପି ସଭାପତି ଜଗନ୍ନାଥ ସାହୁ ଯୋଗଦେଇ କୁଆଡ଼େ ଗଲା ରାଜ୍ୟ ସରକାରଙ୍କ କାଳିଆ ଯୋଜନା ବୋଲି ପ୍ରଶ୍ନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ପୂର୍ବତନ ଜିଲା ସଭାପତି ଲିଙ୍ଗରାଜ ଦଳବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କମଳାକାନ୍ତ ପାଣ୍ଡେ, ଭଗବାନ ମହାନ୍ତି ଓ ପଦ୍ମଚରଣ ଦାସ ପ୍ରମୁଖ ବୈଠକରେ କେନ୍ଦ୍ର ସରକାରଙ୍କ ଚାଷି ବିଲ୍ ଉପରେ ମତ ପ୍ରକାଶ କରିଥିଲେ। ଏଥିସହିତ ପରୀ ହତ୍ୟା ଘଟଣାରେ ରାଜ୍ୟ ସରକାର ଘଣ୍ଟ ଘୋଡ଼ାଉଛନ୍ତି ବୋଲି ବିଜେପି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିବା ସହିତ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଓ ଏହି ଘଟଣାରେ ଭାଇରାଲ୍ ହୋଇଥିବା ଅଡ଼ିଓ ଘଟଣାରେ ସାହାଯ୍ୟକାରୀ ନୟାଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦେବା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବହିଷ୍କାର କରିବା ପାଇଁ ମଧ୍ୟ ଦାବି କରାଯାଇଥିଲା। ସେହିଭଳି ଉକ୍ତ ଘଟଣାରେ ଏସ୍.ଆଇ.ଟି ଆଇନଗତ କିମ୍ବା ସାମ୍ବିଧାନିକ କ୍ଷମତା ନ ଥିବାରୁ ରାଜ୍ୟ ସରକାର ଏହାକୁ ହଟାଇ ତୁରନ୍ତ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ କନ୍ଧମାଳ ବିଜେପି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲା। ସେହିଭଳି ଜିଲାରେ ୨୨ଟି ମଣ୍ଡି ଖୋଲାଯାଇଥିବା ନେଇ ପ୍ରଶାସନ ଡ଼ିଣ୍ଡିମ ପିଟୁଥିବା ବେଳେ ଏହା କେବଳ ନାମକୁ ମାତ୍ର ବୋଲି ବିଜେପି ଅଭିଯୋଗ କରିବା ସହିତ ଉକ୍ତ ମଣ୍ଡିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅଖା, ସୁତୁଲି ଏବଂ ଚାଷୀଙ୍କ ପାଇଁ ଅନ୍ୟ ଖର୍ଚ୍ଚ ବାବଦକୁ ଯେଉଁ ଅନୁଦାନ ଦିଆଯାଉଛି ତାହା ପ୍ରଦାନ କରାଯାଉନାହିଁ ବୋଲି ମଧ୍ୟ ବିଜେପି ଅଭିଯୋଗ କରିଛି। ଏହାସହିତ ଆଗାମୀ ଦିନରେ କନ୍ଧମାଳ ବିଜେପି ପକ୍ଷରୁ ମଣ୍ଡିଚାଲ ଅଭିଯାନ ଆରମ୍ଭ କରି ମଣ୍ଡିର ସ୍ଥିତି ଅନୁଧ୍ୟାନ କରିବା ସହିତ କେନ୍ଦ୍ରୀୟ ସହାୟତ ସମ୍ପର୍କରେ ପ୍ରତ୍ୟେକ ମଣ୍ଡିରେ ପୋଷ୍ଟର ମାରିବ ବୋଲି ନେତାମାନେ ମତ ପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ଆଜି ମଧ୍ୟ ରାଜ୍ୟର ବହୁ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରୁ ବଂଚିତ ବୋଲି ସାମ୍ବାଦିକ ସମ୍ମଳିନୀରେ ସୂଚନା ଦିଆଯାଇଥିଲା। ଅନୁଷ୍ଠିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମଞ୍ଚାସିନ ବିଜେପି ନେତାଙ୍କ ସମେତ ବହୁ ବିଜେପି ନେତାମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ