ଫୁଲବାଣୀରେ କନ୍ଧମାଳ ଜିଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କୋଭିଡ କଟକଣା କୋହଳ ହେବା ପରେ ଆଜି ପ୍ରଥମ ଥର ପାଇଁ ଫୁଲବାଣୀଠାରେ କନ୍ଧମାଳ ଜିଲାସ୍ତରୀୟ ଲୋକ ଅଦାଲତ ଆୟୋଜିତ ହୋଇଛି। ଜିଲା ଅଦାଲତ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତରେ ସମୁଦାୟ ୭୨୩ଟି ମାମଲା ବିଚାର ପାଇଁ ଗ୍ରହଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ୪୮ଟି ମାମଲାର ଫଇସଲା ହୋଇ ୯ ଲକ୍ଷ ୩୯ ହଜାର ୬୧୫ ଟଙ୍କା ଆଦାୟ ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ, ଆଜିର ଲୋକ ଅଦାଲତରେ ୬୬୩ଟି ଆର୍ଥିକ ମାମଲା ବିଚାର ପାଇଁ ଗୃହୀତ ହୋଇ ସେଥି ମଧ୍ୟରୁ ୩୩ଟିର ଫଇସଲା ହୋଇଥିଲା। ଏହି ସବୁ ମାମଲାରେ ୭ ଲକ୍ଷ ୭୨ ହଜାର ୩ ଶହ ଟଙ୍କା ଆଦାୟ କରାଯାଇଥିଲା। ସେହିପରି ୬୦ଟି ଅପରାଧିକ ଓ ସିଭିଲ ମାମଲା ଶୁଣାଣୀ ପାଇଁ ଗ୍ରହଣ କରାଯାଇଥିବା ବେଳେ ସେଥି ଭିତରୁ ୧୫ଟିର ଫଇସଲା ହୋଇଥିଲା। ଏ ବାବଦରେ ୧ ଲକ୍ଷ ୬୭ ହଜାର ୩୧୫ ଟଙ୍କା ଆଦାୟ ହୋଇଛି। ସେହିପରି ୩ ଶହଟି ପୂର୍ବ ମାମଲା ବିଚାର ପାଇଁ ଗ୍ରହଣ କରାଯାଇ ସେଥି ମଧ୍ୟରୁ ୩୧ଟିର ଫଇସଲା ହୋଇ ୩ ଲକ୍ଷ ଆଦାୟ ହୋଇଥିବା ଜଣାପଡିଛି। ଏଥି ମଧ୍ୟରେ ବ୍ୟାଙ୍କ ସମ୍ବନ୍ଧୀୟ ୨୮ଟିରୁ ୨ଟି, ମନି ରିକୋଭରି କେସ ୭୮ଟିରୁ ୨ଟି,ବିବାହ ସଂପର୍କିତ ମାମଲା ୪୦ଟିରୁ ୬ଟି ଏବଂ ଅପରାଧିକ ମାମଲା ୫୬ଟିରୁ ୯ଟିର ଫଇସଲା ହୋଇଥିବା ପ୍ରକାଶ। ଜିଲା ଆଇନ ସେବା ପ୍ରାଧିକାରଣ ଆନୂକୂଲ୍ୟରେ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ କୋଭିଡ କଟକଣାକୁ ପାଳନ କରାଯାଇଥିଲା। ଅନୁଷ୍ଠିତ ଲୋକ ଅଦାଲତାରେ ଜିଲା ଦୌରାଜର୍ଜ ସାରଦା ପ୍ରସାଦ ନାୟକ, ଫେମିଲ୍‍ କୋର୍ଟ ବିଚାରପତି ନିରଞ୍ଜନ ପଣ୍ଡା, ସିଜିଏମ୍‍ ରଂଜିତା ଜ୍ୟୋତିସ୍‍, ରେଜିଷ୍ଟର ସୌଭାଗ୍ୟ ରଂଜନ ସ୍ୱାଇଁ, ଜିଲା ଆଇନ ସେବା ପ୍ରାଧିକରଣ ସଂପାଦିକା ପତଞ୍ଜଳି ସାହୁ, ଏସ୍‍ଡ଼ିଜେଏମ୍‍ ରମାଦେବୀ ସରୋନ୍‍, ଜେଏମ୍‍ଏଫ୍‍ସି ପ୍ରେମଶ୍ରୀ ଦେଓ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ