ସମ୍ବେଦନଶୀଳ ବୁଥଉପରେ କଡା ନଜର-ସିଇଓ

ଅତି ସମ୍ବେଦନଶୀଳ ବୁଥରେ ଆବଶ୍ୟକୟୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ବାଚନ କମିଶନଙ୍କୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ବିଂଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅତି ଉତ୍ତେଜନାପ୍ରବଣ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡିକରେ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀ କିମ୍ବା ରାଜ୍ୟ ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ ସହ ସିସି ଟିଭି କ୍ୟାମେରା ଲଗାଇବା ପ୍ରସଂଗରେ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ଆବେଦନକାରୀଙ୍କ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେଇ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍ ଜାଭେରୀ ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ଆଦେଶ ଦେଇଛନ୍ତି। ଆବେଦନକାରୀ ବବିତା ମଲ୍ଲିକଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ ରାୟ ମାମଲା ପରିଚାଳନା କରୁଥିଲେମାମଲାର ବିବରଣୀରୁ ପ୍ରକାଶ ଯେ ବିଂଝାରପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥିନୀ ବବିତା ମଲ୍ଲିକଙ୍କ ପକ୍ଷରୁ ଅତି ଉତ୍ତେଜନାମୂଳକ ବୁଥ୍ ଗୁଡିକରେ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀ କିମ୍ବା ରାଜ୍ୟ ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ ସହ ସିସି ଟିଭି କ୍ୟାମେରା ଲଗାଇବା ଆବଶ୍ୟକ ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍ ଅତ୍ୟନ୍ତ ଉତ୍ତେଜନା ପ୍ରବଣ ଏବଂ ଗଣ୍ଡଗୋଳ ହେବାର ଆଶଙ୍କା ରହିଥିବା ଆବେଦନରେ ଦର୍ଶାଯାଇଥିଲା। ଏପରି ସ୍ଥିତିରେ ଏଠାରେ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ନେଇ ଆଶଙ୍କା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ