‘ସମ୍ଭବ ଓଡିଶା’ ପକ୍ଷରୁ ମଦ ବିରୋଧୀ ସଚେତନତା ର‌୍ୟାଲି

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ସାରା ରାଜ୍ୟରେ ‘ସମ୍ଭବ ଓଡିଶା’ ପକ୍ଷରୁ ମଦମୁକ୍ତ ଓଡିଶା ଅଭିଯାନ ଚାଲୁରହିଥିବା ବେଳେ ରବିବାର ବନ୍ତ ଠାରେ ଅନୁଷ୍ଠିତ ହୋଇଥିଲା । ବନ୍ତ ବ୍ଲକକୁ ସଂପୂର୍ଣ୍ଣ ମଦମୁକ୍ତ କରିବା ଦାବୀରେ ଏହି ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ଯୁବ ସଂଗ୍ରାମୀ ସୁରଜ କୁମାର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଯୁବକ, ମହିଳା ଓ ପୁରୁଷ ମାନେ ହାତରେ ତ୍ରିରଙ୍ଗା ପତାକା, ବ୍ୟାନର ଓ ପ୍ଲାକାର୍ଡ ଧରି ବ୍ଲକ ଛକରୁ ବାହାରି ଥିଲେ । ପରେ ଏହି ସଚେତନତା ର‌୍ୟାଲି ବନ୍ତ, ଟିଲୋ ଓ ତରାପୁର ଆଦି ବଜାର ପରିକ୍ରମା କରିଥିଲା । ମଦ ବିରୋଧୀ ସ୍ଲୋଗାନରେ ସମଗ୍ର ବଜାର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଏହି ସଚେତନତା ର‌୍ୟାଲିରେ ଡାକ୍ତର ମୂରଲୀଧର ସୁତାର, ବରିଷ୍ଠ ନାଗରିକ କୃଷ୍ଣ ଚନ୍ଦ୍ର ଭାଟ୍ଟରାୟ, ବିକାଶ ଶ୍ରେଷ୍ଠା, ସମ୍ବିତ୍ କୁମାର ପଣ୍ଡା, ସୌଭାଗ୍ୟ କୁମାର ଦାଶ, ଅଶୋକ ବେହେରା, ସତ୍ୟବ୍ରତ ଦାସ, ସତ୍ୟସାଇ ପରିଡା, ହିମାଂଶୁ ସାହାଣୀ, ସଞ୍ଜୟ ଜେନା, ଜଗନ୍ନାଥ ବେହେରା, କଳ୍ପନା ପଣ୍ଡା, ମନୋରମା ଦାଶ, ମୀନାରାଣୀ ଜେନା, ପୁଷ୍ପଲତା ଜେନାଙ୍କ ସମେତ ବହୁ ପୁରୁଷ ଓ ମହିଳା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ