ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ” କୁ ନେଇ ଆସିକା ଅଞ୍ଚଳର ଚାଷୀ ଚିନ୍ତାରେ

ଆସିକା (ୱାଇଏନ୍‍ଏସ୍‍) : ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା “ଅର୍ଣ୍ଣବ” କୁ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଆସନ୍ନ ବାତ୍ୟାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବା ଆଶଙ୍କା ରହିଛି । ସମ୍ଭାବ୍ୟ ବାତ୍ୟା ଓ ତଥା ଏହାର ପ୍ରଭାବରେ ସୃଷ୍ଟି ହେବାକୁ ଥିବା ପବନରେ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ଥିବାରୁ ଆସିକା ଅଞ୍ଚଳର ଚାଷୀଙ୍କ ମନରେ ଫସଲ ନଷ୍ଟ ହେବା ଭୟରେ ଛନକା ପଶିଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ପରିସରଭୁକ୍ତ ୨୭ଟି ପଂଚାୟତ ଓ ପୌର ପରିଷଦ ଅଧିନସ୍ଥ ୧୮ଟି ୱାର୍ଡ ପରିସରଭୁକ୍ତ ଅଞ୍ଚଳରେ ଥିବା ସମୂଦାୟ ୧୫୮୬୩ ହେକ୍ଟର କ୍ଷେତ ମଧ୍ୟରୁ ୮୭୨୨ ହେକ୍ଟର ଜମିରେ ଖରିଫ୍‍ ଧାନଫସଲ ହୋଇଥିଲା ବେଳେ ୭୧୪୧ ହେକ୍ଟର କ୍ଷେତରେ ଅଣଧାନ ଫସଲ ହୋଇଥିବା ଜଣାପଡିଛି । ଆସିକା କୃଷି ବିଭାଗ କାର୍ଯ୍ୟାଳୟ ଅଧୀନସ୍ଥ ଉଚ୍ଚା ଜମି, ମଧ୍ୟମ ଜମି ଓ ଖାଲଜମିରେ ୮୭୨୨ ହେକ୍ଟର ଜମିରେ ଧାନଫସଲ ହୋଇଥିଲା ବେଳେ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଯଦି ପ୍ରବଳ ବର୍ଷା ଓ ପବନ ହୁଏ ତେବେ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଜମିର ଧାନଫସଲ ନଷ୍ଟ ହେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ଆଲୋଚିତ ହେଉଛି । ଯାହାରି ଫଳରେ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚାଷୀଙ୍କ ମୁହଁରୁ ଦାନା ଛଡାଇ ନେବ ବୋଲି ମତ ପ୍ରକାଶ ପାଉଛି । ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ । ଚାଷୀଙ୍କର ବର୍ଷର ଦାନା ଛଡାଇ ନେବ କି ଆସନ୍ନ ବାତ୍ୟା ଅର୍ଣ୍ଣବ । ଏହି ପ୍ରଶ୍ନ ଚାଷୀଙ୍କ ମନରେ ଉଙ୍କି ମାରୁଛି । ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଭୟରେ ଚାଷୀକୂଳ ଭୟଭୀତ ହୋଇପଡିଛନ୍ତି । ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଉଜାଡି ନେବକି ଶହ ଶହ ହେକ୍ଟର ଜମିର ଫସଲ । ଏବେ ଦାନା ଚିନ୍ତାରେ ଚାଷୀକୂଳ ଚିନ୍ତିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ଅତୀତରେ ୧୯୯୯ ମସିହାରେ ହୋଇଥିବା ପ୍ରଳୟଙ୍କରୀ ମହାବାତ୍ୟା ପର ଠାରୁ ୨୦୧୩ ମସିହାରେ ହୋଇଥିବା ଫାଇଲିନ୍‍, ୨୦୧୪ ମସିହାରେ ହୋଇଥିବା ହୁଡ୍‍ହୁଡ୍‍, ୨୦୧୮ ମସିହାରେ ହୋଇଥିବା ତିତିଲି, ୨୦୧୯ ମସିହାରେ ହୋଇଥିବା ଫନି, ୨୦୨୦ ମସିହାରେ ହୋଇଥିବା ଅମ୍ଫନ ବାତ୍ୟା ଆସିକା ଅଞ୍ଚଳର ଚାଷୀକୂଳର ପ୍ରଭୁତ କ୍ଷତି ପହଂଚାଇଥିବା ନଜିର୍‍ ରହିଛି । ସେହି ସମୟରେ କ୍ଷତି ସହିଥିବା ଚାଷୀ ବର୍ତ୍ତମାନ ସୁଦ୍ଧା ସଂପୁର୍ଣ୍ଣ ଭାବେ ଅଣ୍ଟା ସଳଖି ପାରିନଥିବା ବେଳେ ବର୍ତ୍ତମାନ ବହୁ ଚାଷୀଙ୍କୁ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଡରାଇଲାଣି । ଏହି କାରଣରୁ ଏବେ ଆସିକା ସହର ତଥା ଅଖପାଖ ଅଞ୍ଚଳର ବହୁ ଚାଷୀ ଚିନ୍ତିତ ଓ ଭୟଭୀତ ହୋଇପଡିଛନ୍ତି । ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଧାନଫସଲ ପ୍ରଭାବିତ ହେବା ସମ୍ଭାବନାକୁ ଏଡାଇ ହେଉନାହିଁ । ଧାନ ପାଚିବା ସମୟରେ ବର୍ଷ ଉଜାଡି ଦେବ କି ଫସଲ ଚିନ୍ତାରେ ଚାଷୀ ଚିନ୍ତିତ ହୋଇପଡିଛି । ବାତ୍ୟା ପରିସ୍ଥିତି ସ୍ପଷ୍ଟ ହୋଇନଥିଲେ ମଧ୍ୟ ପାଣିପାଗ ବିଭାଗର ସୂଚନାକୁ ଆଧାର କରି ଚାଷୀର ମନବଳ ଭାଙ୍ଗିପଡିବାରେ ଲାଗିଛି ବୋଲି ଆଲୋଚିତ ହେଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ଭଲ ଧାନ ଫସଲ ହୋଇଥିବା ବେଳେ ସମ୍ଭାବ୍ୟ ବାତ୍ୟାଜନିତକ ପବନ ଓ ପ୍ରବଳ ବର୍ଷା ହେଲେ ଫସଲ ହାନି ସମ୍ଭାବନା ରହିଥିବାରୁ ବହୁ ଚାଷୀ ଭୟଭୀତ ଅବସ୍ଥାରେ ରହିଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ