ଆଜି ବିଶ୍ୱ ଗୋଲାପ ଦିବସ

ଆସିକା  (ୱାଇଏନ୍‍ଏସ୍‍): ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୨ ତାରିଖରେ କର୍କଟ (କ୍ୟାନ୍ସର) ରୋଗୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ବିିଶ୍ୱ ଗୋଲାପ ଦିବସ (ୱାର୍ଲ୍‍ଡ ରୋଜ୍‍ ଡେ) ପାଳନ କରାଯାଇଥାଏ । ବ୍ଳକ୍‍ କ୍ୟାନ୍ସରରେ ପୀଡିତ ୧୨ ବର୍ଷର କାନାଡା ବାସିନ୍ଦା ମେଲିଣ୍ଡା ରୋଜ୍‍ଙ୍କ ସ୍ମୃତିରେ ବିଶ୍ୱ ଗୋଲାପ ଦିବସ ଉତ୍ସର୍ଗିକୃତ କାରଣ ଯିଏ ନିଜ ଜୀବନର ଶେଷ ସମୟରେ ଅନ୍ୟ ରୋଗୀମାନଙ୍କ ମଧ୍ୟରେ ଆଶା ଓ ଉତ୍ସାହ ଭରିଦେଇଥିଲେ । ଯେଉଁମାନେ ପ୍ରାଣଘାତୀ କର୍କଟର କରାଳ ପଞ୍ଝାରୁ ମୁକ୍ତି ପାରିସାରିଛନ୍ତି ସେମାନେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଓ ସକରାତ୍ମକ ଭାବନାର ଆଲୋକବର୍ତ୍ତିକା ସାଜିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହିଭଳି ଜଣେ ପରୋପକାରୀ ସାହସୀ ମହିଳା ହେଉଛନ୍ତି ଆସିକା ପୌର ପରିଷଦ ଅଧିନସ୍ଥ ୧୦ ନମ୍ବର ୱାର୍ଡର ରାଜେନ୍ଦ୍ର ନଗରର ସୁକାନ୍ତି ପାଢୀ । ଗତ ୨ ବର୍ଷ ପୂର୍ବରୁ ସାହସୀ ମହିଳା ସୁକାନ୍ତି ପାଢୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ବି ବର୍ତ୍ତମାନ ସେ କର୍କଟ ରୋଗୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ପୌର ପରିଷଦ ଅଧୀନସ୍ଥ ରାଜେନ୍ଦ୍ରନଗର ଅଞ୍ଚଳର ପରୋପକାରୀ ତଥା ଆଧ୍ୟାତ୍ମିକପ୍ରେମୀ ମହିଳା ସୁକାନ୍ତି ପାଢୀ ଗତ ୨ ବର୍ଷ ତଳେ ହଠାତ୍‍ ଅସୁସ୍ଥ ହୋଇପଡିବାରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ପରିବାରବର୍ଗ ବିଚଳିତ ହୋଇ ଦୁଃଖରେ ଭାଙ୍ଗି ପଡିଥିଲେ । ତଥାପି ଜଗତର ନାଥ ଜଗନ୍ନାଥ ଓ ଆସିକାର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ଉପରେ ଅତୁଟ ବିଶ୍ୱାସ ଓ ଭରସା ରଖିବା ସହ ପରିବାରବର୍ଗଙ୍କ ପୂର୍ଣ୍ଣ ସହଯୋଗରେ ସୁସ୍ଥ ହେବା ପାଇଁ ଚିକିତ୍ସା ଆରମ୍ଭ କରିଥିଲେ । ଦୃଢ ମନୋବଳ ଓ ତତ୍କାଳ ଚିକିତ୍ସା ଫଳରେ ପରୋପକାରୀ ମହିଳା ସୁକାନ୍ତି ପାଢୀ ଦୂରାରୋଗ୍ୟ କର୍କଟ ରୋଗକୁ ହରାଇ ଏବେ ସେ ପ୍ରାୟତଃ ସୁସ୍ଥ ହେବା ସାଙ୍ଗକୁ ସ୍ୱଭାବିକ ଭାବେ ଖାଦ୍ୟପେୟ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ସାହସୀ ମହିଳା ସୁକାନ୍ତି ପାଢୀ ସଂପୁର୍ଣ୍ଣ ସୁସ୍ଥ ହେବା ପାଇଁ ଏବେ ବି ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ପ୍ରତ୍ୟେକ ୨ ମାସରେ ଥରେ ଗସ୍ତ କରି ସ୍ୱାସ୍ଥ୍ୟ ପରୀକ୍ଷା କରି ଫେରୁଥିବା ଜଣାପଡିଛି । ସନ୍ତୁଳିତ ଖାଦ୍ୟ ଓ ନିୟମିତ ସୁସ୍ଥ ନିଦ୍ରା ଏବଂ ପରିଶ୍ରମ ତଥା ବ୍ୟାୟାମ ଜାରି ରହିଲେ ଏହି ରୋଗକୁ ସଂପୁର୍ଣ୍ଣ ମାତ୍ରାରେ ପ୍ରତିହତ କରାଯାଇପାରିବ ବୋଲି ସାହସୀ ମହିଳା ସୁକାନ୍ତି ପାଢୀ ସୂଚନା ଦେଇଛନ୍ତି । କର୍କଟ ରୋଗକୁ ନେଇ ଅନେକ ଲୋକଙ୍କ ମନରେ ବିଭିନ୍ନ ସମୟରେ ଭୟର ସଞ୍ଚାର ଜାଗ୍ରତ ହେଉଥିଲା ବେଳେ ନିଜର ଦୃଢ ମନୋବଳ ପାଇଁ ଏହି ରୋଗକୁ ପ୍ରତିହତ କରି ଅନ୍ୟ କର୍କଟ ରୋଗୀଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରୁଛନ୍ତି ପରୋପକାରୀ ମହିଳା ସୁକାନ୍ତି ପାଢୀ । କର୍କଟ ହେଉଛି ଏକ ଦୂରାରୋଗ୍ୟ ରୋଗ । ଯେଉଁ ନାଁ ଶୁଣିଲେ ମନରେ ଛନକା ପଶିଯାଇଥାଏ ଓ ଜୀବନ ବୋଝ ଭଳି ଲାଗେ । ସେହି ରୋଗ ସହ ହସି ହସି ଲଢି କର୍କଟକୁ ପରାସ୍ତ କରି ନୁଆଁ ଜୀବନ ପାଇଥିବା ଆସିକା ପୌର ପରିଷଦ ଅଧୀନସ୍ଥ ରାଜେନ୍ଦ୍ରନଗର ଅଞ୍ଚଳର ପରୋପକାରୀ ସାହସୀ ମହିଳା ସୁକାନ୍ତି ପାଢଙ୍କ ପ୍ରେରଣାଦାୟୀ ଯାତ୍ରାର ଅନୁଭୁତି ଏବେ ଅନ୍ୟ କର୍କଟ ରୋଗୀଙ୍କ ପାଇଁ ଏକ ଉଦାହରଣ ସାଜିବା ସହ ଜୀବନର ରାହା ପାଲଟିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । କ୍ୟାନ୍ସର ରୋଗୀଙ୍କ ମନରେ ଆଶା ଓ ସକରାତ୍ମକ ଭାବନା ଜାଗ୍ରତ କରିବା ଏବଂ କର୍କଟ ରୋଗରେ ପୀଡିତ ବ୍ୟକ୍ତିମାନଙ୍କ ମନରେ ଭୟ ଦୂର କରି ସେମାନଙ୍କୁ ମାନସିକ ସ୍ତରରେ ସାହସ ଯୋଗାଇଦେବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ୨୨ ତାରିଖରେ ବିିଶ୍ୱ ଗୋଲାପ ଦିବସ ପାଳନ କରାଯାଇଆସୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ